Suresh Pujari Byte

କାଳବୈଶାଖୀ ପାଇଁ ୨୦ କୋଟି, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା

State

ମୟୂରଭଞ୍ଜ : କାଳବୈଶାଖୀ ପାଇଁ ୨୦ କୋଟି ।  ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  କାଳବୈଶାଖୀରେ ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ବିଷୋୟୀ ଅଧିକ ପ୍ରଭାବିତ ହୋଇଛି।  ଏନେଇ ପ୍ରାଥମିକ ଆକଳନ ରିପୋର୍ଟ ଆସି ସାରିଛି।

ଏହା ପରେ ଜିଲ୍ଲାପାଳଙ୍କୁ ୨୦ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ମିଳିଯିବ ଆର୍ଥିକ ସହାୟତା । ଗତକାଲି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଗସ୍ତ କରିଥିଲେ ସୁରେଶ ପୂଜାରୀ । କାଳବୈଶାଖୀ ବର୍ଷାରେ କ୍ଷତିଗ୍ରସ୍ତଙ୍କ ଘର ବୁଲି ଦେଖିଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁରେଶ ପୂଜାରୀ ।