ଦର୍ଶକଙ୍କ ମନମୁଗ୍ଧ କଲା  ନାଟକ “ପରେ କହିବି”

ରାଜ୍ୟ
ବାରିପଦା : ପବିତ୍ର କୁମାର ପୂର୍ଣ୍ଣମା ଅବସରରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆମେ : ବାରିପଦାର ମିଳିତ ସହଯୋଗରେ ୭୫ ବାସ୍ତବ ଗ୍ରୁପ ବରିଷ୍ଠ ନାଗରିକ ମାନଙ୍କ ଦ୍ବାରା ପରିବେଷିତ ନାଟକ ” ପରେ କହିବି ” ଉପସ୍ଥିତ ନାଟ୍ୟପ୍ରେମୀ ଓ ଭରପୁର ଦର୍ଶକ ମଣ୍ଡଳୀଙ୍କୁ ବିମୋହିତ କରିବା ସଂଗେ ସଂଗେ ଭାବ ବିହ୍ବଳ କରିପକାଇଥିଲା I
ଓଡିଆ ଚଳଚିତ୍ର ଜଗତର ଲୋକପ୍ରିୟ  ବିଶିଷ୍ଟ ଲେଖକ ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ଏହି ନାଟକର ନାଟ୍ୟକାର ଓ ନିର୍ଦ୍ଦେଶକ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନିଖୁଣ ଅଭିନୟ କରିଥିବା ବେଳେ ଅନ୍ଯାନ୍ଯ ଚରିତ୍ରରେ ଚମତ୍କାର ଅଭିନୟ କରିଥିଲେ ଇଞ୍ଜିନିୟର ପ୍ରଦୀପ କିଶୋର ମହାନ୍ତି , ଅଶୋକ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ , ରବିନ୍ଦ୍ର ମହାପାତ୍ର, ଅରୁଣ କୁମାର ପାତ୍ର  , ସର୍ବତୋଷ ଦାଶ , ଶାନ୍ତନୁ ପାଢୀ , କାମିନୀକାନ୍ତ ମାଲାକାର,  ନନ୍ଦଲାଲ ମିଶ୍ର, ଶିଶିର କୁମାର ଲେଙ୍କା , ଜୟନ୍ତ ସେନାପତି ଏବଂ ବିଚକ୍ଷଣ ଶିଶୁ କଳାକାର ସୁଶ୍ରୀ ଲତାଶା ଖୁରାନା I ନରସିଂହ ବାରିକ ମଞ୍ଚ ସଜ୍ଜାରେ ସଂଗୀତରେ ଦୁର୍ଗା ଚରଣ ପାତ୍ର ସହଯୋଗ କରିଥିବା ବେଳେ ମଂଚ ପରିଚାଳନା ସୁଧୀର ମହାନ୍ତି , ପ୍ରଦୀପ ସରଘରିଆ, ବିଶ୍ବଜିତ ପରିଡା ଥିବାବେଳେ ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ଯ ସଂପାଦିତ କରିଥିଲେ ରାଜୀବ କୁମାର ପାତ୍ର I
ବରିଷ୍ଠ ଉପଦେଷ୍ଠା ମେଜର ଡକ୍ଟର କଳ୍ପନା ଦାସଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ  ଅପୂର୍ବ ସଫଳତାର ସହ ମଞ୍ଚସ୍ଥ ହେଇଥିବା ଏହି ନାଟକର ବଳିଷ୍ଠ କାହାଣୀ , ଉଚ୍ଚକୋଟୀର ସଂଳାପ  , ଉତ୍କୃଷ୍ଟ ଅଭିନୟ ସାଂଗକୁ ମନମୁଗ୍ଧକର ନିର୍ଦ୍ଦେଶନା ସମସ୍ତ ଦର୍ଶକମାନଙ୍କୁ ମନମୁଗ୍ଧ  କରିଦେଇଥିଲା I ବିଶେଷ କରି ମିଠି ଚରିତ୍ରରେ ଅଭିନୟ କରିଥିବା ଲତାଶାଙ୍କ ଉନ୍ନତମାନର ଅଭିନୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା ।