Onn 3

ବୀମା ଯୋଜନାରେ ସାମିଲ ହେବେ ସାପ ଧରାଳି

State

ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଖୁସି ଖବର । ସାପ ଧରାଳିଙ୍କ ପାଇଁ ହେବ ବୀମା  । ବୀମା  ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ । ଏ ନେଇ ଘୋଷଣଶ କରିଛନ୍ତି ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ରାଜ୍ୟରେ ସ୍ନେକ ହେଲପ ଲାଇନ ସଦସ୍ୟ ବୁଲି ବୁଲି ସାପ ଧରୁଛନ୍ତି । ତେଣୁ  ଏହି ସାପ ଧରାଳିଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବା ରାଜ୍ୟ ସରକାର ।ସେତିକି ନୁହେଁ,  ରାଜସ୍ୱ ବିଭାଗର ଓସ୍ଡମାକୁ ସାପ ଧରାଳିଙ୍କୁ ଟ୍ରେନିଂ ଦେବାକୁ ପ୍ରସ୍ତାବ ଦେବ ।   କେତେ ଅର୍ଥ ଆବଶ୍ୟକ, କଣ ଟ୍ରେନିଂ ଦରକାର ସେ ନେଇ ପ୍ରସ୍ତାବ ଦେବେ, ତା ପରେ ଆମ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ  ପ୍ରମିଳା ମଲ୍ଲିକ ।