ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବଜାରେ ଅନ୍ତଃରାଜ୍ୟ ସାଇବର ଠକ । ୧ .୪କୋଟି ଟଙ୍କାର ସାଇବର ଠକେଇ କରି ଗିରଫ ହେଲେ ୭ ଜଣ ଅଭିଯୁକ୍ତ । ସମସ୍ତ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ସିମକାର୍ଡ, ଚେକବୁକ,ଆଧାରକାର୍ଡ , Whats app ସ୍କ୍ରିନ, ସର୍ଟ,ଡେବିଟ କାର୍ଡ ଜବତ ହୋଇଛି । ଅଭିଯୁକ୍ତମାନେ ଟ୍ରେଡିଂ ଆପ୍ ମାଧ୍ୟମରେ କୋଟିକୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରିଛି ଟିମ । ଯଦି କୌଣସି ଏଭଳି ଘଟଣା ପରିପାର୍ଶ୍ୱକ ରେ ଘଟୁଛି ତାହାଲେ ସଙ୍ଗେସଙ୍ଗେ ସାଇବର ହେଲ୍ପ ଲାଇନ ୧୯୩୦ ନମ୍ବର ରେ ଯୋଗାଯୋଗ କରିବା ଓ ଏଭଳି ସୋସିଆଲ ମିଡିଆର ଏଭଳି ଠକ ଆପ ଠୁ ଦୁରେଇ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତନ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଠାରୁ ମଧ୍ୟ ସାଇବର ଅପରାଧୀ ଲୁଟ କରୁଥିବା ସୂଚନା ମିଳିଛି । ତେବେ ଏନେଇ ତୁଷାର କାନ୍ତି ବେହେରା କିଛି ପ୍ରତିକ୍ରିୟା ମିଳିନି ।