Img 20240406 Wa0219

ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱ ଶାନ୍ତିଲତା ବାରିକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

State

ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ବିଦ୍ୟାଳୟ ପରିସରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଇହଧାମ ତ୍ୟାଗ କରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି I ସଂସଦର ଉପ ସଭାପତି ଡଃ କୁମରମଣି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦିକା ସୁଚରିତା ମହାନ୍ତି, ଉପ ସଭାପତି ଭାସ୍କର ବାରିକ, ଉପଦେଷ୍ଟା ସୋମନାଥ ସିଂହ ଓ ଡଃ ନିରୋଜ କୁମାର ପୋଥାଳ, ସହ ସମ୍ପାଦିକା ଭାସ୍ବତୀ ପଣ୍ଡା, କୋଷାଧ୍ୟକ୍ଷ ପାର୍ଥ ସାରଥୀ ମହାନ୍ତିଙ୍କ ସମେତ ଅଚ୍ୟୁତ ପ୍ରସାଦ ମହାପାତ୍ର, ଭଗବତୀ ଦାଶ,ସ୍ନେହଲତା ନାୟକ, ଜ୍ଞାନରଞ୍ଜନ ପଣ୍ଡା, ରଣଜିତ କୁମାର ସାହୁ ସୁଧାମୟୀ ଦାସ ତଥା ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହି ଶାନ୍ତିଲତାଙ୍କ ଭଜନ ଦୁନିଆ ପ୍ରତି ଅବଦାନ ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I ସମସ୍ତ ସଭ୍ୟ ସଭ୍ୟା ତାଙ୍କ ଫୋଟୋ ଚିତ୍ର ସମ୍ମୁଖରେ କ୍ୟାଣ୍ଡଲ ଲଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I