Onn 3

ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

State

ନିଶ୍ଚିନ୍ତକୋଇଲି: ନଗସପୁର ପଞ୍ଚାୟତ ୩ନଂ ୱାର୍ଡ଼ ଭୂୟାଁ ସାହିରେ ବିଦ୍ୟୁତ୍ ଆଘାତରେ ରାଧାକାନ୍ତ ଭୂୟାଁଙ୍କ ପତ୍ନୀ ଶୁଭସ୍ମିତା ଭୂୟାଁ ୨୯ଙ୍କ ଅକାଳ ବିୟୋଗ ଘଟିଛି । ଶୁଭସ୍ମିତା ଗାଧେଇ ସାରି ପାଣିମଟର ସୁଇଚ ବନ୍ଦ କରିଥିଲା ସମୟରେ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇଥିଲା । ଯାହାଦ୍ୱାରା ସେ ଛିଟିକି ପଡ଼ିବାରୁ କାନ୍ଥରେ ତାଙ୍କର ମୁଣ୍ଡ ମାଡ଼ ହେବାରୁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଚିକିତ୍ସା ନିମନ୍ତେ ତାଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ସଂକ୍ରାନ୍ତରେ ନେମାଳ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଶବକୁ ଜବତ କରି କଟକ ବଡ଼ ମେଡ଼ିକାଲ ପଠାଇଥିଲେ । ମୃତ ମହିଳାଙ୍କ ଦୁଇଜଣ ନାବାଳିକା କନ୍ୟା ଥିଲା ବେଳେ ତାଙ୍କର ସ୍ୱାମୀ ରଙ୍ଗମିସ୍ତ୍ରୀ କାମ କରନ୍ତି । ସେ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।