Image 2024 04 08t152524.170

ବିଜେଡିରେ ମିଶିଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି

Politics State

ଭୁବନେଶ୍ବର: ବିଜେଡିରେ ମିଶିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭାଗିରଥୀ ମଲ୍ଲିକ । ସେ ପେସାରେ ଜଣେ ଓକିଲ । ଶତାଧିକ ଲୋକଙ୍କ ସହ ଭାଗିରଥୀ ଆଜି ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

ଭାଗିରଥୀ ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଦହିୟା ପଞ୍ଚାୟତର ନିବାସୀ । ତାଙ୍କ ବାପା ସ୍ବର୍ଗତଃ ରାମ ଚନ୍ଦ୍ର ମଲ୍ଲିକ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରା ଆଦର୍ଶ ଓ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିବା କହିଛନ୍ତି ଭାଗିରଥୀ । କଣ୍ଟାମାଳ ଅଞ୍ଚଳର ବିକାଶ ପାଇଁ ସେ ଦଳରେ ସାମିଲ ହୋଇଛନ୍ତି । ଅନ୍ୟ ଦଳ କଣ୍ଟାମାଳ ବିକାଶକୁ ସହି ପାରୁ ନାହାନ୍ତି । ଆଗାମୀ ଦିନରେ ଏକାଠି ହୋଇ ବିକଶିତ କଣ୍ଟାମାଳର ସ୍ୱପ୍ନକୁ ପୂରଣ କରିବୁ । ମୁଖ୍ୟମନ୍ତ୍ରୀ କଣ୍ଟାମାଳ ବିକାଶ ପାଇଁ ବହୁ ପ୍ରକଳ୍ପ ଓ ଅନୁଦାନ ଦେଇଛନ୍ତି କଣ୍ଟାମାଳ ବିଜେଡି ଗଡ । ଏହାକୁ ମିଶିକି ସୁରକ୍ଷିତ ରଖିବା ।