Onn 3

ଧର୍ମପରାୟଣା ମହିଳାଙ୍କ ପରଲୋକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଳକ ବଡକ୍ଷୀର ଗ୍ରାମପଂଚାୟତ ଗୋପପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ କୃଷି କର୍ମଚାରୀ ପ୍ରଫୁଲ ଚନ୍ଦ୍ର ସ୍ୱାଇଁଙ୍କ ଧର୍ମପତ୍ନୀ ନିର୍ମଳା ସ୍ୱାଇଁଙ୍କର ତାଙ୍କ ଗୋପପୁରସ୍ଥିତ ବାସଭବନରେ ହୃଦଘାତ ଜନିତ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ,ପୁତ୍ରବଧୂ ,ଝିଅ ଜ୍ୱାଇଁ, ନାତିନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ତାଙ୍କର ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଦାହ କରାଯାଇଥିଲା । ତାଙ୍କର କନିଷ୍ଠ ପୁତ୍ର ସତ୍ୟବ୍ରତ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ପୂର୍ବତନ ସରପଂଚ କ୍ଷୀରୋଦ ଚନ୍ଦ୍ର ପଣ୍ଡା,ରମେଶ ଚନ୍ଦ୍ର ସ୍ୱାଇଁ, ପରିବାର ସଭାପତି ବଲ୍ଲଭ ଚରଣ ପଲେଇ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।