Onn 3

ଜାତୀୟ ସ୍ତରୀୟ ଜନଜାତୀୟ ଖେଳ ମହୋତ୍ସବରେ ମୟୁରଭଞ୍ଜର ୨ ଖେଳାଳି

sports State

ବାରିପଦା: ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜନଜାତୀୟ ଖେଳ ମହୋତ୍ସବ – 2023 ରେ ଭାଗ ନେବେ ମୟୁରଭଞ୍ଜର ଦୁଇ ଖେଳାଳି I ଚଳିତ ମାସ 9 ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଖେଳକୁଦ ପ୍ରତିଯୋଗିତାରେ ସନ୍ଧ୍ୟାରାଣୀ ମୁର୍ମୁ 5000ମି ଓ 800 ମିଟର ଦୌଡ଼ରେ ଏବଂ ଅମିତ କୁମାର ଦଳବେହେରା ସଟପୁଟ ଓ ଡ଼ିସକାସ ଥ୍ରୋ ରେ ଭାଗ ନେବେ I

 

ପ୍ରକାଶ ଥାଉକି ଭୁବନେଶ୍ୱର ଠାରେ ସ୍ଥିତ କିଟ ଓ କିସ ପରିସରରେ ଅନୁଷ୍ଠିତ ଓଡିଶରୁ ପ୍ରତିନିଧିତ୍ୱ କରିବା ପାଇଁ ଚୟନ ଶିବିରରେ ସନ୍ଧ୍ୟାରାଣୀ 5000 ମିଟର ଦୌଡରେ ପ୍ରଥମ ଓ 800 ମିଟରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଏବଂ ଅମିତ ଉଭୟ ସଟପୁଟ ଓ ଡ଼ିସକାସ ଥ୍ରୋ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡିଶା ଦଳରେ ସ୍ଥାନ ପାଇଛନ୍ତି I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, କୋଚ ଦଲନ ଚନ୍ଦ୍ର କୁଅଁରଦେଓ ସମେତ ବହୁ କ୍ରୀଡ଼ାପ୍ରେମୀ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି I