Onn 3

ଏମ୍ବରେଡି ଏବଂ ମାଗମ୍ ସିଲାଇ ତାଲିମ ଶିବିର

State

ଗଜପତି: ଗଡ଼ ସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ଭୁବନେଶ୍ୱର ସହାୟତାରେ କାଶୀ ନଗର ବ୍ଳକର ରାଣୀ ପେଣ୍ଠ। ଗ୍ରାମ ଠାରେ 30 ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଙ୍କୁ ଏମ୍ବରେଡି ଏବଂ ମାଗ ସ୍ ସିଲେଇ ବିଷୟରେ ସେମାନଙ୍କ କୌଶଳ ବୃଦ୍ଧି କରିବା ନିମନ୍ତେ ଗତ 26. 5.23 ତାରିଖ ଠାରୁ ଏକ 15 ଦିନିଆ ତାଲିମ ଶିବିର ଚାଲୁଅଛି।

ଏହି ତାଲିମ ଶିବିରରେ କୁଶଳୀ ତାଲିମ ଦାତାଙ୍କ ଦ୍ବାରା ମହିଳାମାନଙ୍କ ବିଭିନ୍ନ ପରାଧାନ ମାନଙ୍କର ସୁନ୍ଦର ଏମ୍ବରେଡି କାର୍ଯ୍ୟ କରି କିପରି ଟାଳିମାର୍ଥୀ ମାନେ ଅର୍ଥ ଉପାର୍ଜନ କରିପାରିବେ ତାହା ତାଲିମ ଦିଆଯାଇ ଥିଲା।ଏହି ତାଲିମ କାର୍ଯ୍ୟକ୍ରମରେ ମହେଶ୍ବର ମଣ୍ଡଳ L D M, ପ୍ରତୀକ ପଣ୍ଡା, ନାବାର୍ଡ ଜିଲ୍ଲା ଅଧିକାରୀ ସାନ୍ତୁନୁ ଗୁରୁ, DIC ଅଫିସର ଏବଂ ରାଣୀ ପେଣ୍ଠ ସରପଞ୍ଚ ପି ଅରୁଣା ଯୋଗ ଦେଇ ଟାଳିମାର୍ଥୀ ମାନଙ୍କୁ ଏହି ତାଲିମ ନେଇ ସେମାନେ କୌଶଳ ବୃଦ୍ଧି କରି ଆର୍ଥିକ ଉପାର୍ଜନ କରିବା ପାଇଁ ଚେଷ୍ଟା କରିବା ପାଇଁ ପ୍ରେରଣା ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମ କୁ ଗଡ଼ ସ୍ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।