Onn 3

ଧରାପଡ଼ିଲେ ନକଲି ଡାକ୍ତର

Crime State

ବ୍ରହମପୁର: ନିଜକୁ ଦିଲ୍ଲୀ ଏମସର ଡାକ୍ତର କହି ରୋଗୀ ଚିକିତ୍ସା କରୁଥିଲେ । ବେଶ ଦାମୀ ଡାକ୍ତର ବୋଲି ଲୋକେ ଭାବୁଥିଲେ । ୫ ମିନିଟ ଦେଖିବାକୁ ନେଉଥିଲେ ୩୦୦ ଟଙ୍କା । ହେଲେ ଖୋଲିଗଲା ସବୁ ଗୁମର । ନକଲି ରୋଗୀ ଖୋଲିଦେଲେ ନକଲି ଡାକ୍ତରଙ୍କ କଳାକାରନାମା । ନକଲି ଡାକ୍ତରଙ୍କୁ ଧରିବା ପାଇଁ ନିଜେ ପୋଲିସ ରୋଗୀ ଯାଇଥିଲେ ତାଙ୍କ ପାଖକୁ । ତା ପରେ ସାମ୍ନାକୁ ଆସିଲା ସବୁ ସତ । ଏବେ ପୋଲିସ କବ୍ଚାରେ ଏହି ନକଲି ଡାକ୍ତର ।
ଏହି ନକଲି ଡାକ୍ତର ଜଣକ ହେଉଛନ୍ତି ଶୁଭ୍ରଜିତ ପଣ୍ଡା । ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ । ସାନଖେମୁଣ୍ଡି ସମେତ କଟକର ଘରୋଇ କ୍ଲିନିକରେ ଚଢଉ କରି ପୋଲିସ ତାଙ୍କ କଳାକାରନାମର ତଥ୍ୟ ଅଣ୍ଡାଳୁଛି ।

ନକଲି ଡାକ୍ତରଙ୍କୁ ଧରିବା ପାଇଁ ଦିପହଣ୍ଡି ଥାନା ଆଇ ଆଇ ସି ତାଙ୍କର ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକକୁୁ ନକଲି ରୋଗୀ ବେଶରେ ଯାଇଥିଲେ। ସେ ଯୁକ୍ତ ଦୁଇ ପଢି ନିଜକୁ ଡାକ୍ତର ବୋଲି ପରିଚୟ ଦେଉଥିଲେ ।ସାନଖେମୁଣ୍ଡି ସମେତ ତାଙ୍କର କଟକସ୍ଥିତ ଘରୋଇ କ୍ଲିନିକ ଓ କଟକ ଭଡା ଘରେ ପୋଲିସ ତଦନ୍ତ କରିଛି ।

ସୂଚନା ଥାଉ କି, କଟକ ରାଣୀହାଟ କ୍ଲିନିକ ଓ ସାନଖେମୁଣ୍ଡିର ଘରୋଇ କ୍ଲିନିକରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ । ନକଲି ଡାକ୍ତର ନିଜକୁ ଖାଲି ଦିଲ୍ଲୀ ଏମ୍ସ ଡାକ୍ତର ବୋଲି କହୁ ନଥିଲେ, ଭୁବନେଶ୍ୱର ଏମ୍ସ ଡାକ୍ତର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତରମବଳି ମଧ୍ୟ କହୁଥିଲେ । ଏହା ପୂର୍ବରୁ ଅର୍ଥାତ ଫେବୃଆରୀ ୨୦୨୦ ମସିହାରେ ଶୁଭ୍ରଜିତ ତେଲେଙ୍ଗାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହି ଡାକ୍ତର ସମ୍ମିଳନୀକୁ ଯାଇ ଗିରଫ ହୋଇଥିଲେ । ବଡ କଥା ହେଲା ଶୁଭ୍ରଜିତ ପଣ୍ଡା ମାତ୍ର ୨୪ ଦିନ ତଳେ ବିବାହ କରିଥଲେ ।

ତାଙ୍କର ଗୋଟିଏ କାର ମଧ୍ୟ ପୋଲିସ ଜବତ କରିଛି । ନକଲି ଡାକ୍ତର ଶୁଭ୍ରଜିତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।