Onn 3

ମାର୍କେଟ ବିଲ୍ଡିଂ ବନ୍ଦ ନେଇ ସମୟ ମାଗିଲେ ବିଏମସି କମିଶନର : ଉଭୟ ପକ୍ଷରୁ ସହଯୋଗ କରିବାକୁ କଲେ ଅନୁରୋଧ

State

ଭୁବନେଶ୍ୱର:ମାର୍କେଟ୍ ବିଲ୍ଡିଂ ବନ୍ଦ ପ୍ରସଙ୍ଗରେ ସମୟ ମାଗିଲେ ବିଏମସି କମିଶନର । ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ କମିଶନର୍ ବିଜୟ ଅମୃତଲାଲ କୁଲାଙ୍ଗେ । ପୂର୍ବରୁ ୨ ଥର ମାର୍କେଟ୍ ବିଲ୍ଡିଂ କର୍ମକର୍ତାଙ୍କ ସହ ବୈଠକ ହୋଇଛି । ସେଠାରେ କିଛି ଆଇନଗତ ସମସ୍ୟା ଥିବାରୁ ଟିକେ ସମୟ ଦରକାର ବୋଲି କହିଛନ୍ତି ବିଏମସି କମିଶନର । ମାର୍କେଟ୍ ବିଲ୍ଡିଂରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀ ସଂଘ ଭିତରେ କିଛି ଦିନ ଧରି ବିବାଦ ଲାଗି ରହିଛି ।

ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ଉଠାଇବା ପାଇଁ ଦାବି କରି ଧାରଣା ଦେଇଛନ୍ତି ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ମସସ୍ୟା ସମାଧାନ ଲାଗି ସେଟ୍ରାଂଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା ।