Onn 3

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

State

ବାରିପଦା: ଉତ୍ତର ଓଡିଶା ଜୋନର କଳା ରେ ବାଲେଶ୍ୱର ଜିଲା ର ପାଶର ହାର ୮୪.୯୭ , ଭଦ୍ରକ ଜିଲା ୭୮.୮୪ , କେନ୍ଦୁଝର ଜିଲା ୭୬.୧୫ ଏବଂ ମୟୁରଭଞ ଜିଲା ର ପାଶ ହାର ୮୩.୩୪ ପ୍ରତିଶତ ବାରିପଦା(୮-୬)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୨୩ ର +୨ କଳା ପରୀକ୍ଷାର ଫଳ ଜୁନ ୮ ତାରିଖ ରେ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରଖ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନରେ କଳାରେ ପାଶ୍‌ର ହାର ଯଥାକ୍ରମେ ୮୪.୯୭ , ୭୮.୮୪, ୭୬.୧୫ , ୮୩.୩୪ ପ୍ରତିଶତ ରହିଥିବାର ସୂଚନା ମିଳିଅଛି ।

ଚଳିତ ଶିକ୍ଷା ବର୍ଷରେ ଉତ୍ତର ଓଡ଼ିଶା ଜୋନର +୨ କଳା ବିଭାଗରେ ବାଲେଶ୍ୱର ଜିଲ୍ଲାରୁ ମୋଟ ୧୩,୦୮୨ ଜଣ ପରୀକ୍ଷାର୍ଥୀ ଫର୍ମ କରିଥିବା ବେଳେ ୧୨,୯୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଦେଇଥଲେ । ଏମାନଙ୍କ ମଧ୍ୟରୁ ୮୪.୯୭ ପ୍ରତିଶତ ହାରରେ ୧୦,୯୯୩ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୨,୯୪୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୨,୧୬୧ ଜଣ, ତୃତୀୟ ଶ୍ରେଣୀରେ ୫,୮୭୨ ଜଣ ଓ ୧୪ ଜଣ କମ୍ପାର୍ଟମେଣ୍ଟାଲରେ ସଫଳତା ଲାଭ କରିଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୮,୧୦୭ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୭,୯୯୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୭୮.୮୪ ପ୍ରତିଶତ ହାରରେ ମୋଟ ୬,୩୦୨ ଜଣ ପାଶ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧,୪୮୭ , ଦ୍ୱିତୀୟ ଶ୍ରେଣୀରେ ୧, ୧୭୭ , ତୃତୀୟ ଶ୍ରେଣୀରେ ୩,୬୨୦ ରେ ପାଶ କରିଛନ୍ତି ଓ ୧୮ ଜଣ କମ୍ପାର୍ଟମେଣ୍ଟାଲରେ ସଫଳତା ଲାଭ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ମୋଟ ୮ ,୯୪୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୮,୭୯୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୭୬.୧୫ ପ୍ରତିଶତ ହାରରେ ୬୬୯୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭୮୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୧,୦୭୯ ଜଣ, ତୃତୀୟ ଶ୍ରେଣୀରେ ୪,୮୧୮ ଜଣ ଓ କମ୍ପାର୍ଟମେଣ୍ଟାଲରେ ୧୩ ଜଣ ସଫଳତା ଲାଭ କରିଛନ୍ତି ।

ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମୋଟ ୧୫,୦୨୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୧୪,୭୯୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୮୩.୩୪ ପ୍ରତିଶତ ହାରରେ ୧୨,୩୨୬ ଜଣ ପାଶ୍ କରିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨.୦୯୬ , ଦ୍ୱିତୀୟ ଶ୍ରେଣୀରେ ୨,୩୨୭ , ତୃତୀୟ ଶ୍ରେଣୀରେ ୭,୮୮୦ ଜଣ ଓ ୨୩ ଜଣ କମ୍ପାର୍ଟମେଣ୍ଟାଲରେ ପାଶ କରିଛନ୍ତି ବୋଲି ଉପ-ସମ୍ପାଦକ ଡ଼ଃ ଜୟଦେବ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । ସେହିପରି ଧନ୍ଦମୂଳକ ପରୀକ୍ଷାରେ ବାଲେଶ୍ୱର , ଭଦ୍ରଖ , କେନ୍ଦୁଝର ଏବଂ ମୟୁରଭଞ ଜିଲାରେ ଯଥାକ୍ରମେ ପାଶ ର ହାର ୭୮.୩୦ , ୭୧.୦୫ , ୭୫.୦୬ ଏବଂ ୭୧.୦୧ ରହିଅଛି । ବାଲେଶ୍ୱର ଜିଲାରେ ମୋଟ ୨୦୭ ଜଣ ଫର୍ମ ପୁରଣ କରିଥିବାବେଳେ ୨୦୬ ଜଣ ପରିକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୦ ଜଣ , ଦ୍ୱିତୀୟ ଶ୍ରେଣୀରେ ୭୫ ଜଣ , ତୃତୀୟ ଶ୍ରେଣୀରେ ୧୩ ଜଣ ଏବଂ ୩ ଜଣ କମ୍ପାଲମେଣ୍ଟରେ ସଫଳାତା ଲାଭ କରିଛନ୍ତି । ମୋଟ ୧୫୧ ଜଣ ପାଶ କରିଛନ୍ତି । ଭଦ୍ରକ ଜିଲାରେ ମୋଟ ୩୪୩ ଜଣ ଫର୍ମ ପୁରଣ କରିଥିବାବେଳେ ୩୪୨ ଜଣ ପରିକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୬ ଜଣ , ଦ୍ୱିତୀୟ ଶ୍ରେଣୀରେ ୧୩୯ ଜଣ , ତୃତୀୟ ଶ୍ରେଣୀରେ ୭୫ ଜଣ ଏବଂ ୩ ଜଣ କମ୍ପାଲମେଣ୍ଟରେ ସଫଳାତା ଲାଭ କରିଛନ୍ତି । ମୋଟ ୨୪୩ ଜଣ ପାଶ କରିଛନ୍ତି । କେନ୍ଦୁଝର ଜିଲାରେ ମୋଟ ୪୧୯ ଜଣ ଫର୍ମ ପୁରଣ କରିଥିବାବେଳେ ୪୧୩ ଜଣ ପରିକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୬ ଜଣ , ଦ୍ୱିତୀୟ ଶ୍ରେଣୀରେ ୧୯୦ ଜଣ , ତୃତୀୟ ଶ୍ରେଣୀରେ ୩୭ ଜଣ ଏବଂ ୭ ଜଣ କମ୍ପାଲମେଣ୍ଟରେ ସଫଳାତା ଲାଭ କରିଛନ୍ତି । ମୋଟ ୩୧୦ ଜଣ ପାଶ କରିଛନ୍ତି । ମୟୁରଭଞ ଜିଲାରେ ମୋଟ ୭୦୨ ଜଣ ଫର୍ମ ପୁରଣ କରିଥିବାବେଳେ ୬୯୦ ଜଣ ପରିକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୪୦ ଜଣ , ଦ୍ୱିତୀୟ ଶ୍ରେଣୀରେ ୨୨୯ ଜଣ , ତୃତୀୟ ଶ୍ରେଣୀରେ ୧୦୯ ଜଣ ଏବଂ ୧୨ ଜଣ କମ୍ପାଲମେଣ୍ଟରେ ସଫଳାତା ଲାଭ କରିଛନ୍ତି । ମୋଟ ୪୯୦ ଜଣ ପାଶ କରିଛନ୍ତି ।