Onn 3

ଭିନ୍ନକ୍ଷମ ବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ କୁ ୧୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଜୁନବାଣି ଗ୍ରାମରେ ଜନୈକ ଏକ ୨୧ ବର୍ଷୀୟ ଭିନ୍ନକ୍ଷମ ବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ଦୂର୍ଗାଚରଣ ମିଶ୍ର ଅଭିଯୁକ୍ତ ମୟୁରଭଞ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଜୁନବାଣି ଗ୍ରାମର ଟୁନି ଧଳ (୩୦) ଏବଂ ଶୁଳିଆପଦା ଥାନା ଅନ୍ତର୍ଗତ କାଦକଠା ଗ୍ରାମର ଜନପ୍ରିୟା ସି(୩୬) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬(୨)(ଏଲ) ଏବଂ ୧୦୯ ଅନୁଯାୟୀ ଉଭୟ ଙ୍କୁ ୧୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ପିଡୀତା ର ପିତା ଙ୍କ ପକ୍ଷରୁ ୧୪-୩-୨୦୧୬ ରିଖ ରେ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କ ୨୧ ବର୍ଷୀୟ ମୁକ ବଧିର ଝିଅ ପ୍ରତ୍ୟେକ ଦିନ ତାଙ୍କ ଗ୍ରାମର ଟୁନି ଧଳ ଘରକୁ ବୋବେଇ ଘାଷର ଦଉଡି ବଟିବାକୁ ଯାଏ । ଟୁନି ଧଳ ଘରକୁ ଜନପ୍ରିୟା ସି ବରାବର ଯିବା ଆସିବା କରୁଥାଏ । ଏହି ସମୟରେ ଝିଅ ଟିର ଭିନ୍ନକ୍ଷମ ର ସୁଯୋଗ ନେଇ ଜନପ୍ରିୟା ସି ତା ସହିତ ତାର ଇଛା ବିରୋଦ୍ଧରେ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲା । ଏସବୁ କଥା ଟୁନି ଧଳ ଜାଣି ମଧ୍ୟ ଚୁପ ରହିଥିଲା । ପରେ ପରିବାର ବର୍ଗ ଝିଅ ସାତ ମାସର ଗର୍ଭବତୀ ଥିବାର ଜାଣିବାକୁ ପାଇଲେ । ଏ ବାବଦରେ ଝିଅ କୁ ପଚାରିବାରୁ ସିଏ ତାର ଠାରରେ ସବୁକଥା କହିଥିଲା । ଝିଅ ର ପରିବାରବର୍ଗ ଏ ସମସ୍ତ କଥା ଗ୍ରାମବାସୀ ଙ୍କୁ ଜଣାଇବାରୁ ଗ୍ରାମରେ ଏକ ସଭା ବସିଥିଲା । ଉକ୍ତ ସଭାରେ ଟୁନି ଧଳ ସବୁ କଥା ମାନିଥିଲା । ଏବଂ ଜନପ୍ରିୟା ସି କୁ ପନ୍ଦରଦିନ ମଧ୍ୟରେ ଗ୍ରାମକୁ ଡକାଇ ଆଣିବ ବୋଲି ପ୍ରତିଶୃତି ଦେଇଥିଲା । ମାତ୍ର ଜନପ୍ରିୟା ସି ଆଉ ଧରା ଛୁଆଁ ଦେଇନଥିଲା । ତାର ଘରକୁ ଯିବାରୁ ପିଡୀତା ର ପିତା ଙ୍କୁ ଜନପ୍ରିୟା ସି ର ପରିବାରବର୍ଗ ଜଗବନ୍ଧୁ ସି , ସୁବାସିନୀ ସି ଏବଂ ଗାୟତ୍ରୀ ସି ପ୍ରମୁଖ ନାନାଦି ଧମକ ଚମକ ଦେଇ ତଡିଦେଇଥିଲେ । ଏ ବାବଦରେ ଚାନ୍ଦୁଆ ଥାନାରେ କେସ ନମ୍ବର ୩୦/୧୪-୩-୨୦୧୬ ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ।

ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଅଦାଲତ ପକ୍ଷରୁ ଆବଶ୍ୟକୀୟ ପ୍ରମାଣପତ୍ର ଅଭାବରୁ ଜଗବନ୍ଧୁ ସି , ସୁବାସିନୀ ସି ଏବଂ ଗାୟତ୍ରୀ ସି ଙ୍କୁ ନିର୍ଦ୍ଧୋଶରେ ଖଲାସ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।