94855831

ଆୟକର ବିଭାଗ ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ

State

ଭୁବନେଶ୍ୱର   : ଆୟକରରେ ହାଜର ହେଲେ ନାଗ-ଚାନ୍ଦ ଦମ୍ପତି । ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଆୟକର ବିଭାଗ ଅଫିସରେ ହାଜର ହୋଇଛନ୍ତି । ଗତକାଲି ଆୟକର କମିଶନର ତାଙ୍କୁ ହାଜର ପାଇଁ ନୋଟିସ କରିଥିଲେ । ଅର୍ଚ୍ଚନା ଆୟକର ଦେଇଛନ୍ତି କି ନାହିଁ ପଚରାଉଚରା ହୋଇଛି। ଦିନେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ନାଗ-ଟାନ୍ଦ ଦମ୍ପତି ହାଜର ହୋଇଥିଲେ । ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସମେତ ସହଯୋଗୀ ଖଗେଶ୍ବର ଛନ୍ଦି ହୋଇଛନ୍ତି । ପ୍ରାୟ ୧୪ ମାସ ଧରି ଭୁବନେଶ୍ବର ଝାରପଡ଼ା ଜେଲରେ ଥିଲେ ଅର୍ଚ୍ଚନା ନାଗ।