Onn 3

ଚିନ୍ତାଚେତନା ସାହିତ୍ୟ ସଂସଦର ଶୀତ ଆସର

State

ଆଗରପଡ଼ା:ଚିନ୍ତାଚେତନା ସାହିତ୍ୟ ସଂସଦ ଆଗରପଡ଼ାର ଶୀତ ଆସର ସ୍ଥାନୀୟ ରାଜୟୁଥ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂସଦ ଉପସଭାପତି ଚିତ୍ତରଂଜନ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆସରରେ ନୃସିଂହ କର ପ୍ରାରମ୍ଭିତ ସଂଗୀତ ଗାନ କରିଥିଲେ । ଅନୁଷ୍ଠାନ ଯୁଗ୍ମ ସଂପାଦକ ପ୍ରଣୟ ସିଂହ ଶୀତ ଆସରର ଆଭିମୁଖ୍ୟ ପ୍ରଦାନ ଓ ବରିଷ୍ଠ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଜେନା ପ୍ରାକ କଥନ ଉପସ୍ଥାପନା କରିଥିଲେ । ବିଶିଷ୍ଟ ସାହିତ୍ୟିକ ହରିହର ପାଣିଗ୍ରାହୀ ଶୀତ ସମ୍ବନ୍ଧିୟ ରଚନା କରିଥିବା ବିଭିନ୍ନ କବିତାର ମାହାତ୍ମ୍ୟ ସଂପର୍କରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କବି ହରେକୃଷ୍ଣ ସାହୁ,ଶଂଖାଳି ଚରଣ ରାଉଳ, ସୁବାସ ଚନ୍ଦ୍ର ଦାଶ,ପରମାନନ୍ଦ ପୃଷ୍ଟି,କୃପାସିନ୍ଧୁ ମୁହୁଲୀ ଏବଂ କବୟିତ୍ରୀ ଅନ୍ନପୂର୍ଣ୍ଣା ଦାଶ,କୃଷ୍ଣ ଚନ୍ଦ୍ର ଯେନା ସ୍ୱ ସ୍ୱ କବିତା ଆବୃତ୍ତି କରିଥିଲେ । ତତ୍‌ପରେ ଆୟୋଜିତ ଆଲୋଚନାରେ ସାହିତ୍ୟ ସଂସଦର ଆସନ୍ତା ବାର୍ଷିକ ଉତ୍ସବ ଜାନୁଆରୀ ୨୮ ତାରିଖରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହୋଇଥିଲା ।