Onn 3

ପୂଜାମଣ୍ଡପ ପକ୍ଷରୁ ସମାଜସେବୀ ଙ୍କୁ ସମ୍ବର୍ଦ୍ଧନା

State

ନିଶ୍ଚିନ୍ତକୋଇଲି: ସ୍ୱାଭିମାନ ମାହାଙ୍ଗାର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ,ଗାନ୍ଧି ସ୍ମାରକ ନିଧିର ରାଜ୍ୟ ସମ୍ପାଦକ ସମାଜସେବୀ ଜୟନ୍ତ ଦାସଙ୍କୁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବଡ଼କ୍ଷୀର ପଞ୍ଚାୟତ ଗୋପପୁର ପଣସପଡ଼ିଆ କାର୍ତ୍ତିଶ୍ୱେର ପୂଜା କମିଟି ପକ୍ଷରୁ ସଂଗ୍ରାମ କେଶରୀ ମଲିକ,ବିକାଶ ମଲିକ, ମନୋଜ ମଲିକ,ପ୍ରକାଶ ବେହେରା,ବିନୋଦ ରାଉତ,ମିଟୁ ରାଉତ, ସୁନାକର ମଲିକ, କାହ୍ନା ମଲିକ,ସୂର୍ଯ୍ୟକାନ୍ତ ମଲିକ ପ୍ରମୁଖ ଶ୍ରୀ ଦାସଙ୍କ ସହିତ ମାହାଙ୍ଗାର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଏହାପରେ ଯୁବ ସମାଜସେବୀ ପ୍ରବୋଧ ରାଉତଙ୍କ ନେତୃତ୍ୱରେ ଶ୍ରୀ ଦାସ କୋଲଣପୁର ପଞ୍ଚାୟତର ବିିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କୋଲଣପୁର ଗ୍ରାମର ଦାରୁବ୍ରହ୍ମ କ୍ଲବର କାର୍ତ୍ତିକେଶ୍ୱର ପୂଜା କମିଟି , ଜେନା ସାହି ଥାନେଶ୍ୱରୀ କାର୍ତ୍ତିକେଶ୍ୱର ପୂଜା କମିଟି, ତୋଟାସାହି କାର୍ତ୍ତିକେଶ୍ୱର ପୂଜା କମିଟି, ତେଲପୋଖରୀ କାତ୍ତିକେଶ୍ୱର ପୂଜା କମିଟି ସଭ୍ୟ ସଭ୍ୟାମାନଙ୍କ ସହିତ ଶ୍ରୀ ଦାସ ବିଭିନ୍ନ ଆଲୋଚନା କରିଥିଲେ । ମାହାଙ୍ଗା ବିଧାନସଭା କ୍ଷେତ୍ରରେ ଲୋକମାନଙ୍କର ସମସ୍ୟା ଦୂର କରିବାକୁ ହେଲେ ଏକ ଶୃଙ୍ଖଳିତ ଓ ଚେତନାଶୀଳ ମାହାଙ୍ଗା ଗଠନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଆହ୍ୱାନ ଦେଇଥିଲେ ।