Onn 3

ଯୁବ ରେଡ଼କ୍ରସ ପକ୍ଷରୁ ରକ୍ତଦାନ ଶିବିର

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପି.ପି କଲେଜ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ରେଡ଼କ୍ରସ କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକ ଙ୍କ ପକ୍ଷରୁ କଲେଜ ପରିସରରେ ଏକ ରକ୍ତଦାନ ଶିବିର ହୋଇଛି । ଯୁବରେଡ଼ କ୍ରସର ସଂଯୋଜକ ଅଧ୍ୟାପକ ପଦ୍ମଲୋଚନ ରାଉତଙ୍କ ତତ୍ତ୍ୱାବଧାନରେ ଏହି ଶିବିରକୁ କଲେଜ ଅଧ୍ୟକ୍ଷ ନିରଞ୍ଜନ ଶତପଥୀ ଉଦଘାଟନ କରିଥିଲେ । ଏଥିରେ ସ୍ୱେଚ୍ଛାକୃତ ଭାବେ ଅଧ୍ୟାପକ ବିଶ୍ୱଜିତ୍ ବେହେରା, ଅଧ୍ୟାପକ ଶିଶିର କୁମାର ସାହୁ, ଅଧ୍ୟାପକ ପ୍ରସନ୍ନ କୁମାର ଦାସ, ଅଧ୍ୟାପିକା ତାପସୀ କାଣ୍ଡି, ଅଧ୍ୟାପିକା ଦେବଜାନୀ ସିହ୍ନା,ଓମ୍ ଗାମା ରଂଜନ ଙ୍କ ସମେତ ଛାତ୍ର ଛାତ୍ର୍ରୀମାନେ ମୋଟ ୩୦ୟୁନିଟ ରକ୍ତ ଦାନ କରିଥିଲେ ।

ଡ଼ାକ୍ତର ଅଭୟ କୁମାର ପାତ୍ର ଙ୍କ ନେତୃତ୍ୱରେ ରଂଜନ କୁମାର ଦାସ, ପ୍ରସନ୍ନ ସ୍ୱାଇଁ, ସରୋଜ ମହାନ୍ତି, ସଂଜୟ ପାତ୍ର ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିବାବେଳେ ନୂଆ -ଓ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଅଧ୍ୟାପକ ଡ଼ଃ. ଅଲେଖ ଚନ୍ଦ୍ର ସାମଲ ରକ୍ତଦାତା ମାନଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ରକ୍ତ ଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।