Onn 3

ମାଙ୍କଡ଼ କାମୁଡ଼ାରେ ବୃଦ୍ଧ ଆହତ

State

ନିଶ୍ଚିନ୍ତକୋଇଲି: ଦାଉଦପୁର ପଞ୍ଚାୟତ ଗୋପିନାଥପୁର ଗ୍ରାମର ୮୦ବର୍ଷିୟ ବୃଦ୍ଧ ମହେନ୍ଦ୍ର ବେହେରା ମାଙ୍କଡ଼ କାମୁଡ଼ାରେ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି । କିଛିଦିନ ହେବ ଏହାର ଆଖପାଖ ଜଗନ୍ନାଥପୁର ,ନଈଁଗୁଆଁ,ଦାଉଦପୁର ଆଦି ଗ୍ରାମରେ ମାଙ୍କଡ଼ଙ୍କ ଉପଦ୍ରବ ବଢିବାରେ ଲାଗିଛି । ମାଙ୍କଡ଼ମାନେ ପନିପରିବା କ୍ଷେତରେ ପଶି କୋବି, ବାଇଗଣ,କାକୁଡ଼ି,ବିନ୍ ସମେତ ଅନ୍ୟାନ୍ୟ ଫସଲ ଖାଇ ନଷ୍ଟ କରୁଥିଲା ବେଳେ ଅମୃତଭଣ୍ଡା ଓ ସଜନା ଗଛ କୁ ଭାଙ୍ଗି ମୂଳପୋଛ କରିଦେଉଛନ୍ତି । ଯାତାୟତ ରାସ୍ତାରେ ପଲ ପଲ ହୋଇ ମାଙ୍କଡ଼ ବସି ରହୁଥିବାରୁ ବାଟୋଇମାନେ ଭୟଭୀତ ହୋଇ ରହୁଥିଲା ବେଳେ ଅଙ୍ଗନୱାଡ଼ି , ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମଧ୍ୟ ପାଠ ପଢିବାକୁ ଯାଇପାରୁନାହାଁନ୍ତି ।

ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିଲାବେଳେ ଜନସାଧାରଣ ସ୍ୱାଧୀନ ଭାବେ ଚଳପ୍ରଚଳ ହୋଇପାରୁନାହାଁନ୍ତି । ସମ୍ପୃକ୍ତ ବୃଦ୍ଧ ରାସ୍ତାରେ ଯାଉଥିବାବେଳେ ମାଙ୍କଡ଼ କାମୁଡ଼ି ତାଙ୍କ ଗୋଡ଼କୁ କ୍ଷତବିକ୍ଷତ କରିଦେଇଥିଲାବେଳେ ଅନ୍ୟ ଜଣେ କଲ୍ୟାଣୀ ସାହୁ ନାମକ ମହିଳାକୁ ମଧ୍ୟ କାମୁଡ଼ି ଦେବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମାଙ୍କଡ଼ମାନଙ୍କୁ ଧରାଯାଇ ଅନ୍ୟ ସ୍ଥାନରେ ଛାଡ଼ିଦେଲେ ଏହି ଅଞ୍ଚଳର ଲୋକମାନେ ଟିକେ ଆଶ୍ୱସ୍ତି ହୋଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି ।