Onn 3

ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ନୁଆ-ଓ କାର୍ଯ୍ୟକ୍ରମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭ ଉଦଘାଟନ ହୋଇଛି । ସମାଜରେ ଯୁବ ଶକ୍ତିର ବିକାଶ ପାଇଁ କ୍ରୀଡ଼ା,ସଂସ୍କୃତି ଓ ସାମାଜିକ ସେବା ରେ କଲେଜ ପଢୁଆ ଯୁବକ ଯୁବତୀମାନଙ୍କୁ ଏହି ଯୋଜନାରେ ସମ୍ପୃକ୍ତି କରାଯାଉଛି । କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ. ଅଲେଖ ଚନ୍ଦ୍ର ସାମଲ ଙ୍କ ସଂଯୋଜନାରେ କଲେଜ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ଶତପଥୀଙ୍କ ଅଧ୍ୟକ୍ଷରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ ଏବଂ କଲେଜର ପ୍ରତିଷ୍ଠାତା ପିତାମ୍ବର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ଏଥ୍‌ôରେ ମୁଖ୍ୟ ବକ୍ତା ଭାବେ ତହସିଲଦାର ଦିଲ୍ଲୀପ କୁମାର ନାୟକ, ସମ୍ମାନୀତି ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ବଡ଼କ୍ଷୀର ସରପଞ ହିମାଂଶୁ ନାରାୟଣ ମଲ୍ଲ , ଯୁବନେତା ମନୋଜ ସେଠୀ ପ୍ରମୁଖ ଯୋଗ ଦେଇ ସମାଜସେବା କ୍ଷେତ୍ରରେ ପୁବ ପିଢିଙ୍କର ପ୍ରମୁଖ ଭୂମିକା ରହିବା ସହ କ୍ରୀଡ଼ା,ନୃତ୍ୟ, ସଂଗୀତ ଏବଂ ଅନ୍ୟାନ୍ୟ ସାସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଗତି ପାଇଁ ସରକାରଙ୍କ ଯେଉଁ ଅଭିନବ ପ୍ରୟାସ ଚାଲିଛି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ଼ଃ.ତରୁଲତା ଦେବୀ, ଅଧ୍ୟାପକ ପ୍ରଶାନ୍ତ ଭାରତୀ, ଅଧ୍ୟାପକ ଦୀପକ ଦ୍ୱିବେଦୀ , ଅଧ୍ୟାପକ ଶିଶିର ସାହୁ, ଅଧ୍ୟାପକ ଡ଼ଃ.ସୁଚିତ୍ର କୁମାର ସାହୁ, ଅଧ୍ୟାପକ ଅମରେଶ ପଣ୍ଡା ୍ରପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପିକା ପୁଷ୍ପଲତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।