Defult onn2

ସମବାୟବିତ୍ ସୁବୋଧ ସ୍ୱାଇଁଙ୍କ ସ୍ମୃତିସଭା ଓ ସ୍ମୃତିମଞ୍ଜୂଷା ଲୋକାର୍ପଣ

State

ନିଶ୍ଚିନ୍ତକୋଇଲି: ସରପଡ଼ା ପଞ୍ଚାୟତ ବୋଧଙ୍ଗ ସାଧୁପର ଗ୍ରାମର ସେବା ନିବୃତ୍ତ ମଣ୍ଡଳ ଶିଳ୍ପୋନ୍ନୟନ ଅଧିକାରୀ ତଥା ବିଶିଷ୍ଟ ସମବାୟବିତ୍ ସ୍ୱର୍ଗତ ସୁବୋଧ କୁମାର ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଏକ ସ୍ମୃତିଚାରଣ ସଭା ଓ ସ୍ମରଣିକା ସ୍ମୃତିମଞ୍ଜୂଷା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି । ଅବସରପ୍ରାପ୍ତ ଅଧ୍ୟାପକ କବି ଫକୀରଚରଣ ନାୟକଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସ୍ୱାଧୀନାନନ୍ଦ ପରିଡ଼ା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଡ଼ଃ. ପ୍ରସନ୍ନ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ପଣ୍ଡା, କବି ସଚ୍ଚିଦାନନ୍ଦ ମିଶ୍ର, ଶିକ୍ଷାବିତ୍ ଭାବଗ୍ରାହୀ ରାଉତ, ଶତ୍ରୁଘ୍ନ ଦାସ, ଏମସିଏଲ ଅଧିକାରୀ ଅକ୍ଷୟ କୁମାର ସ୍ୱାଇଁ, ଡ଼ାକ୍ତର ପ୍ରସନ୍ନ ସ୍ୱାଇଁ, ଇଂ.ଶକ୍ତିପ୍ରସନ୍ନ ସ୍ୱାଇଁ , ସଂଯୁକ୍ତା ସ୍ୱାଇଁ, ସୁରେଶ ସ୍ୱାଇଁ, ପ୍ରକାଶ ସ୍ୱାଇଁ, ସନ୍ଧ୍ୟାରାଣୀ ଜେନା ପ୍ରମୁଖ ଯୋଗ ଦେଇ ଦିବଂଗତ ସ୍ୱାଇଁଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜନମଙ୍ଗଳ ଅନୁଷ୍ଠାନର ସଭାପତି ପରିବେଶବିତ୍ ପ୍ରମୋଦ କୁମାର ଦାଶ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।