Onn 3

ସୁଭଦ୍ରା ମହତାବ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି :ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ବିଭାଗ ଓ କ୍ରୀଡ଼ା,ଯୁବବ୍ୟାପାର ବିଭାଗ ମିଳିତ ସହାୟତାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସାମାଜିକ କାର୍ଯ୍ୟ ସ୍ୱରୂପ କାର୍ଯ୍ୟକଳାପ କମିଟି ତରଫରୁ ଏକ ଭୋଟର ସଚେତନତା ଏବଂ ନୂତନ ଭୋଟର ନାମ ପଞ୍ଜିକରଣ ର ନୀତିନିୟମ ସଂକ୍ରାନ୍ତରେ ଜନସଚେତନତା କରାଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ବଳରାମ ସ୍ୱାଇଁଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ମହମ୍ମଦ ସକିଲ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଡ଼ଃ.ରମାନାଥ ସାହୁ ଯୋଗ ଦେଇ ଯୁବବର୍ଗଙ୍କୁ ସମାଜ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ସମ୍ପୃକ୍ତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସମନ୍ୱୟ ଯୁବ ବିକାଶ କାର୍ଯ୍ୟକ୍ରମ କରାଯାଉଛି ତାହା ଏକ ସାକାରାତ୍ମକ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ବିରଞ୍ଚିନାରାୟଣ ପଣ୍ଡା, ପ୍ରାଧ୍ୟାପିକା ସୁପ୍ରିୟା ପରିଡ଼ା, ପ୍ରାଧ୍ୟାପିକା ଡ଼ଃ ପ୍ରଣତୀ ନାୟକ, ଅଧ୍ୟାପକ ସୂର୍ଯ୍ୟକାନ୍ତ ମଳିକ, ଅଧ୍ୟାପିକା ଅନୁସୂୟା ରାଉତରାଏ , ଅଧ୍ୟାପିକା ସାସ୍ୱତୀଶ୍ୱେତାଲିନା , ଅଧ୍ୟାପକ ମନୋଜ କୁମାର ରାଉତ, ଅଧ୍ୟାପିକା ଜ୍ୟୋତିପ୍ରଭା ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ନୋଡ଼ାଲ ଅଫିସର ଅଧ୍ୟାପକ ସୁଧୀର କୁମାର ଦାସ ପରିଚାଳନା କରିଥିଲେ ।