Onn 3

୪ମାସ ହେବ ରାସ୍ତା ଖୋଳା ହୋଇ ପଡ଼ିଛି; ଠିକାଦାରଙ୍କ ଦେଖାନାହିଁ ; ଲୋକେ ହୀନସ୍ତା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ରାମକୃଷ୍ଣପୁର-ଦହପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଗତ ୪ମାସ ହେବ ଉକ୍ତ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ଅଦ୍ୟାବଧି ଏହାକୁ ଶେଷ କରାଯାଇନଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ରାସ୍ତାର ଦୁଇ ପାଶ୍ୱର୍ କୁ ୩ଫୁଟ ଲେଖାଏଁ ଚଉଡ଼ା କରିବା ନିମନ୍ତେ ଠିକାଦାର ଖୋଳି ଦେଇଥିଲାବେଳେ କାର୍ଯ୍ୟ ନକରି ଏହାକୁ ପକାଇ ରଖିଛନ୍ତି । ଯାହାଦ୍ୱାରା ସାଧାରଣ ଲୋକମାନେ ଯାତାୟତ ପାଇଁ ବିଭିନ୍ନ ସମସ୍ୟା ଭୋଗୁଥିଲା ବେଳେ ଠିକାଦାରଙ୍କ ଦେଖା ମିଳୁନଥିବାରୁ କେବଳ ନିଜ ଭିତରେ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ରାଜନେତାମାନେ ଉକ୍ତ ରାସ୍ତା କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମାନେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ରାସ୍ତାର ଦୁଇପାଶ୍ୱର୍ ରାମକୃଷ୍ଣପୁର ତ୍ରିନାଥ ମନ୍ଦିର ପାଖରୁ ସର୍ପଯୋଡ଼ି ପଡ଼ିଆ, ପଞ୍ଚାୟତ କାର୍ଯ୍ୟାଳୟ ଦେଇ ପାଟପାରୀ ସ୍କୁଲ ପର୍ଯ୍ୟନ୍ତ ଖୋଳା ହୋଇ ପଡ଼ିଥିବାରୁ ଯାତାୟତ ପାଇଁ ଲୋକମାନେ ଅସୁବିଧା ଭୋଗ କରୁଛନ୍ତି । ଅନେକ ସମୟରେ ବାଇକ ଆରୋହୀମାନେ ଏହି ଖାଲରେ ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ଖଣ୍ଡିଆ ଖାବରା ହେଉଥିଲାବେଳେ ଗାଈ ଗୋରୁ , ଛେଳି ମେଣ୍ଢା ଆଦି ଚରାବୁଲା କରିବା ସମୟରେ ଏହି ଖାଲରେ ପଡ଼ି ମଧ୍ୟ ଦଦରା ହେଉଥିବା ଦେଖାଦେଇଛି । ବର୍ତ୍ତମାନ ଧାନ କଟା ସମୟ ହୋଇଗଲାଣି । ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ଧାନକ୍ଷେତରୁ ଚାଷୀମାନେ ଏହି ଖାଲ ଦେଇ ଧାନ କିପରି ବୋହିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଏହାଛଡ଼ା ରାସ୍ତା ପାଶ୍ୱର୍ରେ ଧାନ ଖଳା କରିବା ପାଇଁ ଖାଲ ଯୋଗୁଁ ଚାଷୀମାନେ ହଇରାଣ ହରକତ ହେଉଛନ୍ତି । ତୁରନ୍ତ ଉକ୍ତ ଖାଲକୁ ପୋତାଯାଇ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଶେଷ କରିବା ପାଇଁ ସାଧାରଣରେ ଦାବି ହୋଇଛି ।