Onn 3

ଚଳିତ ନଭେମ୍ବର ମାସ ୨୩ ତାରିଖ (ଗୁରୁବାର )ଠାରୁ ଆରମ୍ଭ ହେବ ପଦଯାତ୍ରା -ଭଞ୍ଜସେନା

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଏକମାତ୍ର ବିଶ୍ୱରେ କଳା ମୁଗୁନି ପଥରରେ ନିର୍ମିତ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀଙ୍କ ମନ୍ଦିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଖିଦୃଶିଆ ଅନୁଦାନ ପ୍ରଦାନ ଦାବୀ ସହିତ ବାରିପଦା ସ୍ଥିତ ଧ୍ବଂସାଭିମୁଖୀ ମୟୁରଭଞ୍ଜର ପୂର୍ବତନ ରାଜପ୍ରସାଦର ପୁନଃରୁଦ୍ଧାର ପାଇଁ ବାରିପଦା ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ ହୋଇ ଯୋଉ ଅଟକଳ ରାଶି ସରକାରଙ୍କୁ ପଠାଯାଇଛି |

ତୁରନ୍ତ ସେହି ଅର୍ଥରାଶି ପ୍ରଦାନ କରିବାର ଦାବୀ ନେଇ ମୟୁରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା,ଯୁବଶାଖା ପକ୍ଷରୁ ଚଳିତ ନଭେମ୍ବର ମାସ ୨୩ ତାରିଖ(ଗୁରୁବାର)ରୁ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ସେହିଠାରୁ ଏକ ପଦଯାତ୍ରା ଆରମ୍ଭ ହୋଇ ଯଶିପୁର-ମଣଦା-ବିଶୋଇ-ବାଙ୍ଗିରିପୋଷି-କୁଳିଅଣା ହୋଇ ବାରିପଦାରେ ପହଞ୍ଚି ୨୯ ତାରିଖ (ବୁଧବାର ) ମୁର୍ଗାବାଡି ଗୋଲେଇ ଠାରୁ ପଦଯାତ୍ରୀ ଙ୍କୁ ସ୍ୱାଗତ କରି ତାଙ୍କ ସହିତ ଏକ ଶୋଭାଯାତ୍ରା ଭଂଜପୁର -ଷ୍ଟିଲ ଗୋଲେଇ -ବିଜୁ ପଟ୍ଟନାୟକ ଗୋଲେଇ -ମୁଖ୍ୟ ମାର୍କେଟ -ଟ୍ରାଫିକ ଛକ ହୋଇ ବଡ଼ବାଜ଼ାର ସ୍ଥିତ ରାଜପ୍ରାସାଦ ସମ୍ମୁଖରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଅଛି ବୋଲି ଭଞ୍ଜସେନା ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |