Onn 3

କୁଚେଇଵୁଢୀ ଗ୍ରାମରେ ମା’ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Religion and Cult State

ବାରିପଦା: ଦିର୍ଘ ୪୦ ବର୍ଷ ପୂର୍ବରୁ ଗ୍ରାମବାସୀମାନେ ସମାଜରେ କେହି ଗରିବ ନ ରୁହନ୍ତୁ ,ସମସ୍ତଙ୍କ ଘରେ ଧନଧାନ୍ୟରେ ଭରପୂର ରହୁ,କେହି ଅସୁବିଧାରେ ନ ରୁହନ୍ତୁ , ସମସ୍ତଙ୍କ ସ୍ବାସ୍ଥ୍ୟ ଭଲରହୁ,ସମାଜରେ ସମସ୍ତଙ୍କର ମଙ୍ଗଳ ହେଉ ନେଇ ଜଗତ କଲ୍ୟାଣୀ,ମଙ୍ଗଳମୟୀ, ପ୍ରେମମୟୀ,ଧନଦାତ୍ରୀ ମା’ଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ ।ଜାଗା ଖଣ୍ଡିଏ ନ ଥିଲା ଜଣଙ୍କ ଘରୋଇ ଜାଗାରେ ପ୍ରତିବର୍ଷ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରୁଥିଲେ ।ଧୀରେ ଧୀରେ ମନ୍ଦିର କମିଟିର ଉଦ୍ୟମକ୍ରମେ ଗ୍ରାମବାସୀ , ସହରବାସୀ ଏବଂ ବଦାନ୍ଯ‌ଵ୍ଯକ୍ତିଙ୍କ ଆର୍ଥିକ ସହଯୋଗରେ ସେହି ଜାଗାକୁ କ୍ରୟ କରି ଏକ ଆକର୍ଷଣୀୟ ସୁସଜ୍ଜିତ ମନ୍ଦିରଟିଏ ନିର୍ମାଣ କରିଛନ୍ତି । ତାହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଗ୍ରାମବାସୀଙ୍କ ଦୀର୍ଘ ୪୦ ବର୍ଷର ଅଧୁରା ମାନସିକ ସ୍ବପ୍ନ ପୂରଣ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

କୁଚେଇବୁଢୀ ଗ୍ରାମରେ ମା’ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୨୨ ତାରିଖ ଶୁକ୍ରବାର ସଂଧ୍ୟାରେ ଅଙ୍କୁରୋପଣ ଧନ୍ଯାଧିଵାସ ମଣ୍ଡପ ଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।୨୩ ତାରିଖ୍ନ ଶନିବାର ଦିନ ସକାଳେ ଖଡଖାଇ ନଦୀରୁ ମହିଳାଙ୍କ ଦ୍ବାରା କଳଶ ଯାତ୍ରା,ମା’ଙ୍କର ନଗର ପରିକ୍ରମା,ଯଜ୍ଞ ଆରମ୍ଭ,ଅଗ୍ନି ସ୍ଥାପନ,ମା’ ଙ୍କମନ୍ଦିରରେ ମହାସ୍ନାନ,ଶୟନ ମୂଳମନ୍ତ୍ର ହଵନ ଯାଜପୁର ଅଂଚଳର ବିଶିଷ୍ଟ ବେଦ, ପଣ୍ଡିତ ସତ୍ୟ ଦାସ,ରମେଶ ପଣ୍ଡା,ପ୍ରମୋଦ କର,ନିର୍ମଳ କର,ନାରାୟଣ ପତି,ଶ୍ରୀନିବାସ ପତି,ଗଣେଶ ପାଢ଼ୀ,ଭୋଳାନାଥ ଦାସ, ସତ୍ୟବ୍ରତ ପତି, ସୁଧାକର ପତିଙ୍କ ଦ୍ଵାରା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । କର୍ତା ଭାବରେ ସଂଜୟ ସାହୁ ଏବଂ ତାଙ୍କ ସହଧର୍ମିଣୀ ରୀତାଞ୍ଜଳି ସାହୁ ସଂକଳ୍ପ ରେ ବସିଥିଲେ ।୨୪ ତାରିଖ ରବିବାର ଦିନ ପ୍ରାତଃଵେଦପାଠ, ସୂର୍ଯ୍ୟ ପୂଜା,ଗୋ ପୂଜା,ଗୁରୁପୂଜା,ପିତୃମାତୃ ପୂଜା,,ମା ଓ ମନ୍ଦିର ମହାନ୍ଯାସ,ପ୍ରାଣ ପ୍ରତିଷ୍ଠା,ଚକ୍ର କଳଶ ସ୍ଥାପନ, ଧ୍ଵଜା ରୋପଣ, ପାର୍ଶ୍ବ ଦେବତା ଓ ମା’ ଙ୍କ ମନ୍ଦିର ପ୍ରବେଶ, ମୂଳମନ୍ତ୍ର ହଵନ, ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଅନ୍ତିମ ୨୫ ତାରିଖ ଦିନ ସୋମବାର ଦିନ ସକାଳେ ମଙ୍ଗଳାଷ୍ଠକପାଠ, ଆଦିତ୍ୟ ପୂଜନ,ଗୋ ମାତା ପୂଜନ,ପରମ ଗୁରୁ ପୂଜନ,ମା’ ଙ୍କ ଷୋଡଶପଚାର ପୂଜନ,ନବ ଯୌବନ ଦର୍ଶନ, ଚଣ୍ଡି ମହାଯଜ୍ଞ ଓ ପୂର୍ଣ୍ଣାହୁତି ହୋଇଥିଲା ।ସମସ୍ତ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ହଜାର ହଜାର ଶ୍ରଦ୍ଧାଳୁ ମନ ଦିନ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ନେଇଥିଲେ ।ସମଗ୍ର କୁଚେଇବୁଢୀ ଗ୍ରାମରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।କାର୍ଯ୍ୟକ୍ରମକୁ ମନ୍ଦିର କମିଟିର କର୍ମକର୍ତ୍ତା ରବି ନାରାୟଣ ମହାନ୍ତି,ପ୍ରକାଶ ଦତ୍ତ,ସଂଜୟ ସାହୁ,ଅଲେଖ ସାହୁ ଏବଂ ଅନ୍ୟମାନେ ଦାୟିତ୍ଵର ସହ ସଂପନ୍ନ କରିବାରେ ସହଯୋଗ କରିଥିଲେ ।