Onn 3

୫ ଦଫା ଦାବି ନେଇ ଉପଖଣ୍ଡ କାରାଗାର ସମ୍ମୁଖରେ କାରାଗାର କର୍ମଚାରୀଙ୍କ ଆମରଣ ଅନଶନରେ ଜଣେ ଗୁରୁତର

State

ବାରିପଦା: ଅଲ୍ ଓଡିଶା କାରାଗାର କର୍ମଚାରୀ ସଂଘର ଆହ୍ବାନ କ୍ରମେ ୫ ଦଫା ଦାବି ନେଇ ଉପଖଣ୍ଡ କାରାଗାର କର୍ମଚାରୀମାନେ କାରାଗାର ସମ୍ମୁଖରେ କଳା ଵ୍ଯାଚ ପରିଧାନ ସହ ନିଜର ଅଧିକାର ପାଇଁ ଆମରଣ ଅନଶନରେ ବସିଛନ୍ତି । ସୂଚନାଯୋଗ୍ୟ ଚଳିତ ମାସ ୧୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କାରାଗାର କର୍ମଚାରୀ ମାନେ ନିଜର ୫ ଦଫା ଦାବି ନେଇ ସରକାରଙ୍କୁ ଜଣାଇବା ସହ କଳା ବ୍ଯାଚ ପିନ୍ଧି ପ୍ରତିବାଦ ଜଣାଇଥିଲେ ।ସରକାର ସେମାନଙ୍କର ଦୀର୍ଘ ବର୍ଷର ଦାବିକୁ କର୍ଣ୍ଣପାତ କରିବା ପରିବର୍ତ୍ତେ ସେମାନଙ୍କ ସହ ଆଲୋଚନା ନ କରିବାରୁ ବାଧ୍ୟ ହୋଇ ୨୫ ତାରିଖରୁ କଳା ଵ୍ଯାଚ ପରିଧାନ ସହ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କ ର ୫ ଟି ମୁଖ୍ୟ ଦାବି ହେଉଛି(୧)- ଓ୍ବାର୍ଡର ମାନଙ୍କର ଗ୍ରେଡ ପରେ ୧୯୦୦ ଟଙ୍କାରୁ ୨୦୦୦ ଟଙ୍କା ଏବଂ ମୁଖ୍ୟ ଓ୍ବାର୍ଡର ମାନଙ୍କର ଗ୍ରେଡ ପରେ ୨୦୦ ରୁ ୨୪୦୦ ଟଙ୍କା କୁ ବୃଦ୍ଧି,(୨)-ପୁରୁଣା ପଦୋନ୍ନତି ନିୟମ ୨୦୧୨ କୁ ଲାଗୁ କରିବା,(୩)-ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବା,(୪)-ଖାଦ୍ଯ ଭତ୍ତା ୪୦୦ ଟଙ୍କାରୁ ୧୪୦୦ ଟଙ୍କା ବୃଦ୍ଧି କରିବା ଏବଂ (୫)-୧୩ ମାସିଆ ଦରମା ବୃଦ୍ଧି ଲାଗୁ କରିବା । ରାଇରଙ୍ଗପୁର ଉପଖଣ୍ଡ କାରାଗାରରରେ ମୁଖ୍ୟ ଓ୍ବାର୍ଡର ଶ୍ରୀକାନ୍ତ ରାଉତ,ନରହରି ପାତ୍ର ଙ୍କ ସମେତ ଓ୍ବଆର୍ଡର ଅବିନାଶ ବେହେରା,କିଶୋର ବିଶ୍ବାଳ, ଶ୍ରୀକାନ୍ତ ମାଝୀ,ବିଶ୍ବଜିତ ଗିରି,ମାରୁତି ରାଉତ, ମନୋରଞ୍ଜନ ରାଉତ,ସତ୍ଯସଇଦ୍ଧ ନାୟକ, ଜିତେନ୍ଦ୍ର ତରାଇ,ସନାତନ ବେହେରା,କାଳି ଚରଣ ମୁର୍ମୁ,ମହିଳା ଓ୍ଵାର୍ଡର ରଂଜଉବଆଳଆ ରାଉତ ଏବଂ ମିନତୀ ହେମ୍ବ୍ରମ ପ୍ରମୁଖ ଆରମ୍ଭରେ ଅନଶନରେ ବସିଛନ୍ତି ।ଗତକାଲି ଓ୍ଵାର୍ଡୟ କିଶୋର ବିଶ୍ବାଳ ଆମରଣ ଅନଶନରେ ବସିଥିବା ବେଳେ ସେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା ।ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ସରକାର ସେମାନଙ୍କ ସହ ତୁରନ୍ତ ଆଲୋଚନା କରି ସେମାନଙ୍କ ମୌଳିକ ଦାବି ପ୍ରତି ସମାଧାନ ପାଇଁ ଯତ୍ନଶୀଳ ହୁଅନ୍ତୁ ।୧୯୭୪ ମସିହା ପୂର୍ବରୁ ସେମାନେ ପୋଲିସ କର୍ମଚାରୀଙ୍କ ଠାରୁ ଅଧିକ ବେତନ ପାଉଥିଲେ ।ସପ୍ତମ ବେତନ କମିଶନରେଟ ଖାଦ୍ୟ ଭତ୍ତା ୧୪୦୦ ଟଙ୍କା ପାଇଁ ବନ ବିଭାଗ,ଅବକାରୀ,ପୋଲିସ ଏବଂ କାରାଗାର କର୍ମଚାରୀଙ୍କ ନିଷ୍ପତ୍ତି ହୋଇଥିଲା । କେଉଁ କାରଣରୁ ସରକାର କେବଳ କାରାଗାର କର୍ମଚାରୀଙ୍କ ଖାଦ୍ୟ ଭତ୍ତା ରଦ୍ଦ କରିଦେଇଛନ୍ତି ଯାହାଫଳରେ ସେମାନେ ଆର୍ଥିକ ଓ ମାନସିକ ଚାପରେ ଅଛନ୍ତି । ସେମାନେ ତ ପୋଲିସ , ଅବକାରୀ ଓ ବନ ବିଭାଗ କର୍ମଚାରୀଙ୍କ ଠାରୁ କମ୍ କାମ କରୁ ନାହାନ୍ତି ବୋଲି ଗଣମାଧ୍ୟମକୁ ସେମାନଙ୍କ ଅସନ୍ତୋଷ ପରିପ୍ରକାଶ କରିଥିଲେ ।