Govt.of Odisha 650x430 1 300x198

ସିଏମଓରୁ ହଟିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ଏବେ ଏହି ବିଭାଗର ଦାୟିତ୍ୱରେ ରହିବେ

State

ଭୁବନେଶ୍ୱର,୧୮।୭: ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କ ବଦଳି ହୋଇଛି। ତାଙ୍କୁ ଏସସି/ଏସଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରୁପା ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।