Fse

ପଞ୍ଚଭୂତ ରେ ଲୀନ ହେଲେ ଶତାୟୁ ଆଦର୍ଶ ଶିକ୍ଷକ କୁଳମଣି ମହାନ୍ତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଉପଖଣ୍ଡ ଅଂଚଳର ଶତାୟୁ ଶିକ୍ଷକ କୁଳମଣି ମହାନ୍ତ (୯୬) ଆଜି ରବିବାର ଦିନ ସୂର୍ଯ୍ୟୋଦୟ ସକାଳ ୬ ଟା ପାଖାପାଖି ସମୟରେ ଦୁବୁଲାବେଡା ଗ୍ରାମରେ ତାଙ୍କ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କର ସାନପୁଅ,ଦୁଇ ପୁତ୍ରବଧୂ,ନାତି ନାତୁଣୀ,ଝିଅ ଏବଂ ଜୋଇଁ ବୀରେନ୍ଦ୍ର ମହାନ୍ତି ରମୁଖ ଉପସ୍ଥିତ ଥିଲେ ‌ସେ ଜଣେ ଆଦର୍ଶ , ମିଷ୍ଟଭାଷୀ,ମେଳାପି, ପରୋପକାରୀ, ସମାଜସେବୀ, ଧର୍ମପରାୟଣ ,ଛାତ୍ରଵତ୍ସଳ ଶିକ୍ଷକ ଥିଲେ । ସେ ଜଣେ ଶତାୟୁ ବ୍ୟକ୍ତି ଥିଲେ ।ସେ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ମଝି ଗାଁ ୟୂପିପି ସ୍କୁଲ,ତିରିଂ ମଇ ସ୍କୁଲ, ଝରାଡିହି ମଇ ସ୍କୁଲ, ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ,ବହଳଦା ଉଚ୍ଚ ବିଦ୍ୟାଳୟ ଏବଂ ଶେଷରେ କୁସୁମି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସ୍କୁଲ ଇନ୍ସପେକ୍ଟର ଭାବେ ଅବସର ନେଇଥିଲେ ।ତାଙ୍କର ଦେହାନ୍ତରେ ମୟୂରଭଞ୍ଜ ପ୍ରାଥମିକ ବିଦ୍ୟାଳୟ,ଓଷ୍ଟା ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ପରେ ବିକାଶନଗର ଗ୍ରାମବାସୀ, ବିବେକାନନ୍ଦ ସୋସାଇଟି ,କୁସୁମୀ ସେନା ସଦସ୍ୟ,ସଦସ୍ୟା , ରାଇରଙ୍ଗପୁର ହାଇସ୍କୁଲ ର ଶିକ୍ଷକ,ଜ୍ଞାତି ପରିଜନ,ବଂଧୁବାନ୍ଧବ ପ୍ରମୁଖ ପହଞ୍ଚି ଭାବପୁର୍ଣ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ତାଙ୍କ ମର ଶରୀରକୁ ଵାଇଦାପୋଷୀ ଗ୍ରାମ ଶ୍ମଶାନ ଘାଟିକୁ ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କ ଦେହାନ୍ତରେ ରାଇରଙ୍ଗପୁର ଏବଂ ତାଙ୍କ ପୈତୃକ ଗ୍ରାମ ଵହଳଦା ବ୍ଳକର ଭକ୍ତମହୁଲପାଣି ଶୋକର ଛାୟା ଖେଳିଯାଇଛି ।ଶେଷରେ ପଞ୍ଚଭୂତରେ ଲୀନ ହେଲେ ଶତାୟୁ ଶିକ୍ଷକ ।