ଉକ୍ତ ମହିଳାମାନେ ସଙ୍ଗେ ସଙ୍ଗେ ଏନେଇ ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆଙ୍କୁ ଖବର ଦେଇଥିଲେ। ସରପଞ୍ଚ ସ୍ଥାନୀୟ ଆଶାଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିଶୁକନ୍ୟାଟିକୁ ଉଦ୍ଧାର କରି ସରପଞ୍ଚ ଓ ଆଶା କର୍ମୀ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର କହିଛନ୍ତି, ବହୁ ସମୟ ଧରି ଶିଶୁଟି କିଛି ଖାଇ ନଥିବାରୁ ଅସୁସ୍ଥ ହୋଇପଡ଼ିଥିଲା। ତା’ର ଚିକିତ୍ସା କରାଯାଇଛି। ଏବେ ଶିଶୁଟି ସୁସ୍ଥ ଅଛି। ଶିଶୁକନ୍ୟାଟି ପ୍ରାୟ ୨୦/୨୫ଦିନର ହେବ ବୋଲି ଡାକ୍ତର ଅନୁମାନ କରିଛନ୍ତି।
କିଏ ଓ କାହିଁକି ଶିଶୁକନ୍ୟାଟିକୁ ଜଙ୍ଗଲରେ ଏମିତି ଛାଡ଼ି ଚାଲିଯାଇଥିଲେ, ତାହା ଜଣାପଡ଼ିନି। ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।