Img 20240418 Wa0244

ମୟୁରଭଞ୍ଜ ବାଲିମେଳା ବଳାଙ୍ଗୀ ମହୋତ୍ସବ ଉଦଯାପିତ

Religion and Cult State

କଳା ସଂସ୍କୃତିର ଅବକ୍ଷୟକୁ ନରୋକିଲେ ସାମାଜିକ ଏବକ୍ଷୟ ଅବଶ୍ୟମ୍ଭାବି
ବଳାଙ୍ଗୀ ମହୋତ୍ସବ ଜିଲ୍ଲାରେ ଏକ ସାଂସ୍କୃତିକ ଆନ୍ଦୋଳନ ର ନେତୃତ୍ୱ ନେଉଛି

ବାରିପଦା : ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଠାରୁ ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି | ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ଲୋକସଭା ପ୍ରାର୍ଥୀ ନବ ଚରଣ ମାଝୀ, ବିଶିଷ୍ଟ ଅତିଥି ଭାବରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସଂଜୀବ କୁମାର ମହାନ୍ତି, ସାମ୍ବାଦିକ ସୌରଭ ପଟ୍ଟନାୟକ, ସମାଜସେବୀ ରଜତ କୁମାର ପଣ୍ଡା, ଡା କୃଷ୍ଣ ଚନ୍ଦ୍ର ମହାପାତ୍ର, ବଳାଙ୍ଗୀ ମହୋତ୍ସବର ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ କଳା ସଂସ୍କୃତିର ଅବକ୍ଷୟକୁ ନରୋକିଲେ ସାମାଜିକ ଏବକ୍ଷୟ ଅବଶ୍ୟମ୍ଭାବି ବୋଲି କହିବା ସହିତ ବାରିପଦା ଠାରେ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳୀରେ ଦୀର୍ଘ 22 ବର୍ଷ ଧରି ପାଳିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ ମୟୁରଭଞ୍ଜ ଜିଲ୍ଲାରେ କଳା ସଂସ୍କୃତିର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଏକ ସାଂସ୍କୃତିକ ଆନ୍ଦୋଳନ ଭାବରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି କହିଥିଲେ | ସହ ସମ୍ପାଦକ ଡ଼ ଶଶୀଧର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

ଏହି ଅବସର ରେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅତୀଶ କୁମାର ବେହେରା, ପ୍ରଶାନ୍ତ କୁମାର ପରୀକ୍ଷା, ଜନାର୍ଦ୍ଦନ ମହାନ୍ତ, ରଂଜନ କୁମାର ଦାଶ, ନରେନ୍ଦ୍ର ମୋହନ ସେନାପତି, ବଳରାମ ବେହେରା, ସନ୍ଦୀପ କୁମାର ନାୟକ, ସଞ୍ଜୟ କୁମାର ନାୟକ, ରାଜୀବ ଲୋଚନ ସେନାପତି, ସାଗରିକା ସେନାପତି, ରଜତ କୁମାର ପଣ୍ଡା, ପ୍ରକାଶ କାଣ୍ଡି, ଡ଼ ଶଶୀଧର ବିଶ୍ୱାଳ, ଡ଼ ଭାଗବତ ଲେଙ୍କା, ସମ୍ବିଧାନ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବଳାଙ୍ଗୀ ଟେଲେଣ୍ଟ ହଣ୍ଟର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ମହୋତ୍ସବର ଶେଷ ଦିନରେ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଯଜ୍ଞର ପୂର୍ଣ୍ଣାହୁତି ସହିତ ବିଭିନ୍ନ ବର୍ଗର ସ୍ଥାନୀୟ ନୃତ୍ୟ କଳାକାର ମାନଙ୍କର ନୃତ୍ୟ ପ୍ରତିଯୋଗିତା ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥିବା ବେଳେ ମୟୁରଭଞ୍ଜର ପରମ୍ପରିକ ଝୁମର ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା | ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ସମ୍ପାଦକ ମିଥୁନ ବାରିକ, ପଦ୍ମନାଭ ମହାପାତ୍ର, କିଶୋର ମହାନ୍ତି, ଦିଲ୍ଲୀପ ପାତ୍ର, ରମାକାନ୍ତ ରାଉତ ପ୍ରମୁଖ ଙ୍କ ନେତୃତ୍ୱରେ ବହୁ ସ୍ବେଛାସେବୀ ମେଳା ପରିଚାଳନାରେ ସହଯୋଗ କରିଥିଲେ |