Onn 3

ଡିସେମ୍ବର ୧୨ରେ ପଟ୍ଟାବିହୀନଙ୍କ ଗଣଧାରଣା

State

ବାରିପଦା: ରଘୁନାଥପୁର ୨୭ ନମ୍ବର ୱାର୍ଡରେ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ଏକ ପ୍ରସ୍ତୁତି ବୈଠକ ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଡିସେମ୍ବର ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ଦେବାକୁ ଥିବା ଗଣଧାରଣାକୁ ସଫଳ କରିବା ପରିପ୍ରେକ୍ଷୀରେ ଏହି ବୈଠକ ବସିଥିଲା। ଏହି ଗଣଧାରଣାରେ ବହୁସଂଖ୍ୟାରେ ଯୋଗଦେବାର ସହମତି ପ୍ରକାଶ ପାଇଛି। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ନିଷ୍ପତି ହୋଇଛି। ଆଗରୁ ଅନେକ ପ୍ରତିବାଦ ସଭା ହୋଇଛି, କିନ୍ତୁ ପ୍ରଶାସନ ଭୃକ୍ଷେପ କରିନାହିଁ। ତେଣୁ ସଂଘର ଆନ୍ଦୋଳନ ଏକ ନିର୍ଣ୍ଣାୟକ ସ୍ତରରେ ପହଁଞ୍ଚିଛି।

ଦାବୀଗୁଡିକ ହେଉଛି ଅସମ୍ପୂର୍ଣ୍ଣ ରହିଥିବା ସର୍ଭେକୁ ଯଥାଶୀଘ୍ର ସମାପ୍ତ କରିବା, ଯେଉଁମାନଙ୍କ ସର୍ଭେ ସରିଛି ତାଙ୍କୁ ଶୀଘ୍ର ଜମି ଅଧିକାର ପ୍ରମାଣ ପତ୍ର ଦିଆଯିବା ଓ ଜଙ୍ଗଲ କିସମକୁ ପରିବର୍ତ୍ତନ କରି ଜମି ଅଧିକାର ପ୍ରମାଣ ପତ୍ର ଦିଆଯିବା। ଏହି ବୈଠକ ସଂଘର ସାଧାରଣ ସମ୍ପାଦକ କାହ୍ନୁ ଚରଣ ବେହେରା, ବରିଷ୍ଠ ସଦସ୍ୟ ଅମଲ ଦେ, ପ୍ରିୟଜିତ୍ ମଦିନା, ପ୍ରଫୁଲ୍ଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।