Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଭଞ୍ଜସେନା ପକ୍ଷରୁ ଦାବୀ ପତ୍ର ପ୍ରଦାନ

State

ସମଗ୍ର ମୟୁରଭଞ୍ଜ ଜିଲ୍ଲାର ଯୁବଛାତ୍ର ତଥା ବୁଦ୍ଧିଜୀବୀ ମାନଙ୍କର ଦୀର୍ଘ ବର୍ଷର ଅକ୍ଲାନ୍ତ ପରିଶ୍ରମ ଓ ସଂଘର୍ଷ ଦ୍ୱାରା ବାରିପଦା ରେ ପ୍ରତିଷ୍ଠା ହେଲା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ, ଉଭୟ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଛାତ୍ର ଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଥିଲା ଏହାର ମୂଳ ଲକ୍ଷ୍ୟ |ସେଇଥିପାଇଁ ମୁଖ୍ୟ କ୍ୟାମ୍ପସ ବାରିପଦା ରେ ଥିଲାବେଳେ କେନ୍ଦୁଝର ଛାତ୍ର ଛାତ୍ରୀଙ୍କ ସୁବିଧା ନିମନ୍ତେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ର ବହୁ ବର୍ଷ ପରେ ଦ୍ଵିତୀୟ କ୍ୟାମ୍ପସ ଟି କେନ୍ଦୁଝର ରେ ପ୍ରତିଷ୍ଠା ହେଲା |ପରଵର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରି ମୟୁରଭଞ୍ଜର ପ୍ରଜାଵତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମିତ କରାଗଲା |

ବିଶ୍ଵବିଦ୍ୟାଳୟରେ ସର୍ବମୋଟ ୨ୟ ପରିସର କେନ୍ଦୁଝରଠାରେ ୫ଟି ସ୍ଥାଇ ବିଭାଗ ଯଥା ଓଡ଼ିଆ, ଇଂଲିଶ, ସଂସ୍କୃତ, ଭୁତତ୍ୱ ବିଭାଗ ଓ ବସ୍ତୁ ବିଜ୍ଞାନ ବିଷୟରେ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରୁଥିଲେ |କାଳକ୍ରମେ ଧରଣୀଧର (ସ୍ୱୟଂ) ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟ ଘୋଷଣା କରାଗଲା |ଗତ ତା. ୩୦.୧୧.୨୦୧୩ ରିଖରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଦିବାସୀ ବହୁଳ ମୟୁରଭଞ୍ଜର ଜନସାଧାରଣ ତଥା ଛାତ୍ର ଛାତ୍ରୀଙ୍କ ସହିତ ଚଞ୍ଚକତା କରି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସକୁ ପୁରାପୁରି ମହାବିଦ୍ୟାଳୟକୁ ଧରଣୀଧର ବିଶ୍ୱବିଦ୍ୟାଳୟ ସହିତ ମିଶାଇ ଦେଇଛନ୍ତି |ଦ୍ଵିତୀୟ କ୍ୟାମ୍ପସରେ ଥିବା ବିଭାଗ ଗୁଡିକର ଏଡମିଶନ ବାରିପଦା ମୁଖ୍ୟ କ୍ୟାମ୍ପସରେ ହୋଇଥିବା ସତ୍ୱେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଅନଭିଜ୍ଞ ଅଧିକାରୀମାନେ ଦ୍ଵିତୀୟ କ୍ୟାମ୍ପସରେ ଥିବା ବିଭାଗ ଗୁଡିକୁ କେନ୍ଦୁଝର ଡ଼ିଡ଼ି ବିଶ୍ୱବିଦ୍ୟାଳୟ ରେ ସାମିଲ ହେବା ନେଇ ବିଜ୍ଞପ୍ତି ପ୍ରକାଶ କଲେ| ଯାହାଫଳରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨ୟ ପରିସର କେନ୍ଦୁଝରଠାରେ ଥିବା ୫ଟି ସ୍ଥାଇ ବିଭାଗ ଯଥା ଓଡ଼ିଆ, ଇଂଲିଶ, ସଂସ୍କୃତ, ଭୁତତ୍ୱ (Geology) ଓ ବସ୍ତୁ ବିଜ୍ଞାନ (Material Science) ବିଷୟ ତଥା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସବୁ କିଛି ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝରରେ ସମ୍ମିଳିତ ହୋଇଗଲା | ଏହା ମୟୁରଭଞ୍ଜ ପାଇଁ ଅତ୍ୟନ୍ତ ଲଜ୍ୟା ଓ ଦୁଃଖର ବିଷୟ ହୃଦୟଙ୍ଗମ କରି ଆଜି ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍କିକଙ୍କ ଜରିଆରେ ଏକ ଦାବୀ ପତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ପ୍ରଦାନ କରାଗଲା | ଦାବୀ ପତ୍ରରେ ଆଗାମୀ 72ଘଣ୍ଟା ମଧ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତାର ପୂର୍ବ ସ୍ଥିତି ଅର୍ଥାତ 27 ବିଭାଗ ବିଶିଷ୍ଟ ବିଶ୍ୱବିଦ୍ୟାଳୟ ର ମାନ୍ୟତା ପ୍ରଦାନ କରାଯାଉ ନଚେତ ମୟୁରଭଞ୍ଜର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମ ବିଶ୍ଵବିଦ୍ୟାଳୟରୁ ହଟାଇଦିଆଯାଉ କାହିଁକି ନା ଆମ ମହାରାଜାଙ୍କ ନାମରେ ନାମିତ କରି ଯୋଉଭଳି ଭାବେ ବାରମ୍ବାର ବିଭିନ୍ନ ଆଳରେ ବିଶ୍ଵବିଦ୍ୟାଳୟ ପ୍ରତି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅବହେଳା କରିଚାଲିଛି ତାହା ଆଜିଭି ପୂର୍ବ ଗଡଜାତିଆ ରାଜ୍ୟ ତଥା ବର୍ତ୍ତମାନ ର ମୟୁରଭଞ୍ଜ ଜିଲ୍ଲା ବାସୀଙ୍କୁ କ୍ଷୁବ୍ଧ କରିଛି ବୋଲି ଉଲ୍ଲେଖ କରାଯାଇଛି |ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଓବିସି ଶାଖା ସଭାପତି ରାକେଶ ବେହେରା ଓ ଜିଲ୍ଲା ଉପସଭାପତି ରାକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ଯଥାଶୀଘ୍ର ଏସବୁର ସମାଧାନ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେଵବୋଲି ଭଞ୍ଜସେନା ପକ୍ଷରୁ ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |