Heat

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ରଣନୀତି

State

ସମସ୍ତ ଧାର୍ମିକ ଅନୁଷ୍ଠାନ ସକାଳ ୧୧ଟା ଠାରୁ ଦିନ ୩ଟା ଯାଏଁ ବନ୍ଦ ରହିବ
ସମସ୍ତ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ୧୧ଟା ଠାରୁ ଦିନ ୩ଟା ଯାଏଁ କୌଣସି ପର୍ଯ୍ୟଟକ ଆସିବା ମନା
ପଶୁ ପକ୍ଷୀ ମାନଙ୍କ ପାଇଁ ଆବଶ୍ୟକ ପରିମାଣର ଜଳ

ବାରିପଦା:  ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ପାରଦ ବଢ଼ିବାରେ ଲାଗିଛି। ଜିଲ୍ଲା ମୁଖ୍ୟାଳୟ ବାରିପଦା ସମେତ ବିଭିନ୍ନ ଅଂଚଳରେ ଭୀଷଣ ଗରମ ସହିତ ଗୁଳୁଗୁଳି ଅନୁଭୂତ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, ଜନସାଧାରଣଙ୍କ ସହିତ ପଶୁ ପକ୍ଷୀ ମାନଙ୍କ ସୁବିଧା ପାଇଁ ବିଭିନ୍ନ ବିହିତ ପଦକ୍ଷେପ ନେଇଛନ୍ତି। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଗତକାଲି ପତ୍ର ମାଧ୍ୟମରେ ସମସ୍ତ ଉପଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ଯେ ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ ଧର୍ମୀୟ ସ୍ଥାନ ଗୁଡିକୁ ସକାଳ ୧୧ଟା ଠାରୁ ଦିନ ୩ଟା ଯାଏଁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖିବେ କିନ୍ତୁ ଏଥିସହିତ ସମସ୍ତ ଦେବନୀତି ଯଥାରୀତି ଚାଲିବ। ସେହିପରି ଭାବରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥାନ ଗୁଡିକୁ ସକାଳ ୧୧ଟା ଠାରୁ ଦିନ ୩ଟା ଯାଏଁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ କରାଯିବା ନେଇ ପର୍ଯ୍ୟଟନ ଅଧିକାରିଣୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ସେହିପରି ଭାବରେ ପଶୁ ପକ୍ଷୀ ଓ ବଣ ଜଙ୍ଗଲ ଅଂଚଳରେ ଜଳାଶୟ ଏବଂ ପର୍ଯ୍ୟାପ୍ତ ପରିମାଣରେ ଜଳ ରଖିବାପାଇଁ ନିର୍ଦ୍ଧେଶ ଦେଇଛନ୍ତି ଜିଲ୍ଲାପାଳ। ସୂଚନା ଥାଉକି, ଗ୍ରୀଷ୍ମ ପ୍ରବାହ ସହିତ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ, କ୍ଷୁଦ୍ର ମରାମତି ହେଉଥିବା ଆବାସ ଏବଂ ଜରୁରୀକାଳୀନ କାର୍ଯ୍ୟପାଇଁ ସମସ୍ତ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ଆଦେଶ ଦେଇଥିଲେ।