Medal Holder In Power Lifting Competition

ଜାତୀୟ ଶକ୍ତିଉତ୍ତେଳନ ପ୍ରତିଯୋଗିତାରେ ତିନି ମହିଳା ଖେଳାଳୀ ଙ୍କ କମାଲ

sports

ଦେବୀ , ପ୍ରଭାତୀ ଓ ସୋମ୍ୟପ୍ରଭା ଙ୍କ ପଦକ ହାସଲ

ବାରିପଦା: ଚଳିତ ମାସ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଶକ୍ତିଉତ୍ତେଳନ ପ୍ରତିଯୋଗିତାରେ ମୟୁରଭଞ ଜିଲାର ଦେବୀ ସିଂ , ପ୍ରଭାତୀ ସିଂ ଏବଂ ସୈାମ୍ୟପ୍ରଭା ଟୁଡୁ ତିନି ଜଣ ମହିଳା ପ୍ରତିଯୋଗୀ ଓଡିଶା ରାଜ୍ୟ ତରଫରୁ ପ୍ରତିନିଧିତ୍ୱ କରି ସଫଳତା ହାସଲ କରିଛନ୍ତି । ୬୩ କେଜି ବର୍ଗରେ ଦେବୀ ସିଂ ବେଞ୍ଚପ୍ରେସ ରେ ରୌପ୍ୟ ଏବଂ ଡେଡଲିଫ୍ଟ ରେ ବ୍ରୋଞ , ୫୨ କେଜି ବର୍ଗରେ ପ୍ରଭାତୀ ସିଂ ମୋଟ ଉପରେ ସ୍ୱନ୍ନ ପଦକ ହାସଲ କରିବା ସହ ସ୍କ୍ୱାଟ ରେ ସ୍ୱନ୍ନ ଓ ଡେଡଲିଫ୍ଟ ରେ ରୈାପ୍ୟ , ୪୭ କେଜି ବର୍ଗରେ ସୈାମ୍ୟପ୍ରଭା ଟୁଡୁ ବ୍ରୋଞ ପଦକ ପାଇଛନ୍ତି । ସୂଚନା ଯୋଗ୍ୟ କି ଏହି ମହିୁଳା ଖେଳାଳୀ ମାନେ ପୂର୍ବରୁ ମଧ୍ୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନେକ ଥର ସଫଳତା ହାସଲ କରିଛନ୍ତି । ଜିଲା ଶକ୍ତିଉତ୍ତୋଳନ ସଂଘର ସଂପାଦକ ନବ କୁମାର ସାହୁ , ଉପଦେଷ୍ଟା ଗିରିଶ ଚନ୍ଦ୍ର ଦାସ , ଉପସଭାପତି ରବୀନ୍ଦ୍ର କୁମାର ମହାନ୍ତି , ସହ ସଂପାଦକ ପରେଶ ମହାନ୍ତ , ସଂଘ ର କର୍ମକର୍ତ୍ତା ସତ୍ୟବ୍ରତ ବେହେରା , ରାଜେନ୍ଦ୍ର ପରିଡା, ସୁମିତ କୁମାର ସାହୁ , ନୀତେଶ ବାରିକ ପ୍ରମୁଖ ଙ୍କ ସମେତ ଅନ୍ୟାନ୍ୟ କ୍ରୀଡା ପ୍ରେମୀମାନେ ଏହି କୃତୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହି ସଫଳତାକୁ ନେଇ ଜିଲା କ୍ରୀଡା ମହଲରେ ଆନନ୍ଦର ଲହରୀ ଖେଳିଯାଇଅଛି ।