Onn 3

ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ରେ ପି ସି ପୁର ବିଦ୍ୟାଳୟର ସଫଳତା

State

 ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ସ୍ଥାନ

ବାରିପଦା: ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ – ୨୦୨୩ ରେ ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଂସ୍କୃତିକ ଦଳ ମୟୁରଭଞ୍ଜ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା, ବାରିପଦା ବ୍ଲକ ତଥା ବିଦ୍ୟାଳୟ ପାଇଁ ପାଇଁ ଗୌରବ ଆଣିଛନ୍ତି I ବିଦ୍ୟାଳୟର ଛାତ୍ର ଜାଗେନ କିସ୍କୁ, କିସୁନ କିସ୍କୁ, ରାମଚନ୍ଦ୍ର ହେମ୍ବ୍ରମ, ସୋମପ୍ରକାଶ ବିଶୋଇ, ରୁଷିକ ସୋରେନ, ଦଶରଥ ମାଝୀ ଓ ପିଣ୍ଟୁ ମହାନ୍ତ ପ୍ରମୁଖ ଜିଲ୍ଲା ପାଇଁ ପ୍ରତିନିଧିତ୍ୱ କରିଥିଲେ I ତିନି ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷସନ୍ଧ୍ୟାରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହାତରୁ ପୁରସ୍କାର ଗ୍ରହଣ କରି ବେଶ ଉତ୍ସାହିତ ହୋଇଥିଲେ I ପୁରସ୍କୃତ ହେବା ପରେ ସେଠାରେ ଉପସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ I ଏହି ଛାତ୍ର ମାନେ ପ୍ରଥମେ କ୍ଲଷ୍ଟର ତାପରେ ବ୍ଲକ ଓ ଶେଷରେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇଥିଲେ I ଆଜି ଭୁବନେଶ୍ୱରରୁ ଫେରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଭବ୍ୟ ସ୍ୱାଗତ କରିଥିଲେ I କୃତୀ ପ୍ରତିଯୋଗୀ ମାନଙ୍କ ସହ ସ୍ଥାନୀୟ ଅଂଚଳରେ ସ୍ଲୋଗାନ ଦେଇ ଏକ ରେଲି କରିଥିଲେ I

ଅପରାହ୍ନରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଭିଭାବକଙ୍କ ଗହଣରେ ପୁଷ୍ପଗୁଛ ଦେଇ ୭ ଜଣଙ୍କୁ ସମ୍ବର୍ଦ୍ଧିତ କରି ବିଦ୍ୟାଳୟର ଏହି ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଚୁମୁକି ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରଜମୋହନ ମୁର୍ମୁ, ଡଃ ସ୍ନେହଲତା ବେହେରା, ତପସ୍ୱିନୀ ଦାଶ, ପୂର୍ବତନ କାଉନସିଲର ସନ୍ତୋଷ ପଟ୍ଟନାୟକ, ରାଜ୍ୟ ଶିକ୍ଷକ ସଙ୍ଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ବ୍ଲକ ଶିକ୍ଷକ ସଙ୍ଘ ସଭାପତି ପ୍ରଦୀପ କୁମାର ନାଥ, ସମ୍ପାଦକ ସିଦ୍ଧେଶ୍ୱର ମିଶ୍ର, ସି ଆର ସି ସି ଧନଞ୍ଜୟ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଅସୀମ ଚକ୍ରବର୍ତ୍ତୀ, କମଲ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃତ୍ୟ ନିର୍ଦେଶକ ରୁପମ ରାମ, ୱାର୍ଡେନ ସରୋଜ କୁମାର ସାବତ, କଣ୍ଠଶିଳ୍ପୀ ସଚ୍ଚିଦାନନ୍ଦ ବିଶ୍ୱାଳ, କଳା ଶିକ୍ଷକ ମହେଶ୍ୱର ମାରାଣ୍ଡି, ତଥା ଗଣେଶ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବଦାନ ପାଇଁ ସମସ୍ତଙ୍କୁ ଶ୍ରେୟ ଦେଇଥିଲେ I