Onn 3

ସମାଜସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ସ୍ମୃତି ସଭା

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତଶାସନ ପଂଚାୟତ ଦେବରାଳ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶାହ ତିଥିରେ ଏକ ସ୍ମୃତି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ କର୍ମମୟ ଜୀବନ ବିଷୟରେ ନିଜ ନିଜର ମତବ୍ୟକ୍ତ କରିଥିଲେ ।

ସେମାନଙ୍କ ମଧ୍ୟରେ ମାହାଙ୍ଗା ବରିଷ୍ଠ ବିଜେପି ନେତା ତଥା ସଦସ୍ୟ ରାଷ୍ଟ୍ରୀୟ ବୋର୍ଡ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ଭାରତ ସରକାର ଚୌଧୁରୀ ପ୍ରଭାତ କେଶରୀ ମିଶ୍ର , ପଣ୍ଡିତ ଭାଗ୍ୟଧର ନାୟକ, ଉପେନ୍ଦ୍ରନାଥ ପଣ୍ଡା, ସୁବଳ ରାଉତ, ସୁରେନ୍ଦ୍ର ରାଉତ, ବଟକୃଷ୍ଣ ସ୍ୱାଇଁ, ଶରତ ଦାଶ, ଅଲେଖ ସାମଲ, ପ୍ରମୋଦ ମଲିକ, ଗୋଲକ ବେହେରା, ଅମରେନ୍ଦ୍ରନାରାୟଣ ଦାସ, ମୀନକେତନ ଦାସ, ପ୍ରଫୁଲ୍ଲ ମହାପାତ୍ର, ଯୋଗେନ୍ଦ୍ର ବେହେରା, ସୂର୍ଯ୍ୟକାନ୍ତି ହରିଚନ୍ଦନ, ପ୍ରମୋଦ ବାରିକ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ଆୟୋଜିତ ସ୍ମୃତି ସଭାରେ ସ୍ୱର୍ଗତ ମହାନ୍ତିଙ୍କ ପରିବାରର ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପ୍ରଭାତ କୁମାର ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ପ୍ରଶାନ୍ତ ମହାନ୍ତି, ରେବତୀ ମହାନ୍ତି, ସାବିତ୍ରୀ ମହାନ୍ତି, ଶାନ୍ତିଲତା ମହାନ୍ତି, ନୟନା ମହାନ୍ତି, ଖୁଲଣା ମହାନ୍ତି, ଶୈଳବାଳା ମହାପାତ୍ର, ଦ୍ରୌପଦୀ ମହାନ୍ତି, ଭଣଜା ରାଜକିଶୋର ଦାସଙ୍କ ସମେତ ସମସ୍ତ ବନ୍ଧୁ ପରିବାରବର୍ଗ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଶେଷରେ ବଟକୃଷ୍ଣ ଗୋଚ୍ଛାୟତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।