Onn 3

ଧର୍ମପାରାୟଣା ମହିଳା କୌଶଲ୍ୟା ଦେବୀ ଙ୍କ ବିୟୋଗରେ ଶୋକ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବଜାରରେ ଥିବା ପ୍ରମୁଖ କାଳୀ ଚିକିତ୍ସାକେନ୍ଦ୍ରର ପ୍ରତିଷ୍ଠାତା ତଥା ସୁନାମଧନ୍ୟ ଚିକିତ୍ସକ ସ୍ୱର୍ଗତ ଡ଼ାକ୍ତର ନାରଣ ମିଶ୍ରଙ୍କ ସହଧର୍ମିଣୀ କୌଶଲ୍ୟା ଦେବୀ(୮୮) ଙ୍କ ସରପଡ଼ା ପଞ୍ଚାୟତ ବୋଧଙ୍ଗ ବାସଭବନରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ।

ମୃତ୍ୟୁ ଖବର ପାଇ ମାହାଙ୍ଗା ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ପଣ୍ଡିତ ପ୍ରବୋଧ କୁମାର ମିଶ୍ର,ରାୟଗୁରୁ ବିଜୟ କିଶୋର ମିଶ୍ର, ଦେବେନ୍ଦ୍ର ମିଶ୍ର, କାମପାଳ କର, ବସନ୍ତ କୁମାର ସାମନ୍ତରାୟ ,କବି ପ୍ରସନ୍ନ ମିଶ୍ର, ଯଶୋଦା ମିଶ୍ର, କବି ସଚ୍ଚିଦାନନ୍ଦ ମିଶ୍ର, ଡ଼ା. ଗଗନବିହାରୀ ଦାଶ, ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ, ଦେବକୀ ନନ୍ଦନ ମିଶ୍ର ପ୍ରମୁଖ ଶ୍ମଶାନରେ ଉପସ୍ଥିତ ହୋଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶହ ଶହ ସଂଖ୍ୟାରେ ଲୋକମାନେ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିବା ବେଳେ କୃଷ୍ଣଚନ୍ଦ୍ର ରାଉତ,ସୁରେନ୍ଦ୍ରନାଥ ରାଉତ,ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ ବାସଭବନରେ ପହଞ୍ଚି ଗଭୀର ଶୋକବ୍ୟକ୍ତ କରିଛନ୍ତି । ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ବେଳେ ଏକମାତ୍ର ପୁତ୍ର ପ୍ରକାଶ ଚନ୍ଦ୍ର ମିଶ୍ର ମୁଖାଗ୍ନୀ ଦେଇଥିଲେ ।