Jdggjdgjgj 750x430 1

ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ

State

ବାଲେଶ୍ଵର: ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ଓଡ଼ିଆ। ୩୦୦ ଲୋକଙ୍କୁ ଅଟକ ରଖିଥିଲେ ପଶ୍ଚିମବଙ୍ଗ ଲୋକ। ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ପରେ ସମସ୍ତେ ଫେରିଥିବା ନେଇ ସୂଚନା ମିଳିଛି। ସ୍ବତନ୍ତ୍ର ବସ୍ ଯୋଗେ ୩୦୦ ଜଣ ଯାକ ରୋଗୀ ଓ ସମ୍ପର୍କୀୟ ଘରକୁ ଫେରିଛନ୍ତି।

ସୂଚନା ଅନୁସାରେ, ବାଂଲାଦେଶର ଚାଲିଥିବା ଦଙ୍ଗାର ପ୍ରଭାବ ଉଭୟ ପଶ୍ଚିମବଙ୍ଗ ଓ ଓଡିଶାରେ ଦେଖିବାକୁ ମିଳୁଛି । ହିନ୍ଦୁମାନଙ୍କ ପ୍ରତି ଘଟିଥିବା ଘଟଣାର ପ୍ରତିରୋଧରେ ବାଂଲାଦେଶ ପ୍ରବାସି ଭାବି ଗତ ୨ଦିନ ତଳେ କିଛି ପଶ୍ଚିମବଙ୍ଗର ଲୋକଙ୍କୁ ମାଡ ମାରି ପୋଲିସରେ ଜିମା ଦେଇଥିଲେ ଓଡିଶା ଲୋକେ । ସେପଟେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ଜଣ ରୋଗୀ ଓ ସେମାନଙ୍କ ସଂପର୍କୀୟ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା କେଶପୁର ଥାନା ଅଧୀନ ଖଡ଼ିକା ଗ୍ରାମର ଜଣେ କବିରାଜଙ୍କ ନିକଟକୁ ଚିକିତ୍ସା ପାଇଁ ଯାଇଥିଲେ। କିନ୍ତୁ ଫେରିବା ବେଳେ ଓଡ଼ିଶା ଗାଡ଼ିଗୁଡ଼ିକୁ ଅଟକାଇବା ସହ ଭଙ୍ଗାରୁଜା କରିଥିଲେ କିଛି ଲୋକେ। ଏନେଇ ଥାନାରେ ଏତଲା ପରେ ଉକ୍ତ ଓଡିଶାର ଲୋକମାନଙ୍କୁ ଉଦ୍ଧାର କରି ଥାନା ନେଇଯାଇଥିଲା କେଶପୁର ପୋଲିସ । ମାତ୍ର ସେଠାରେ ମଧ୍ୟ ଆକ୍ରମଣକାରୀମାନେ ଥାନା ଭିତରେ ପଶି ହୋହଲ୍ଲା କରିଥିଲେ । ପରେ ସୁରକ୍ଷା ଦୃଷ୍ଟିରୁ ସେନା ସହାୟତାରେ ସେମାନଙ୍କୁ ନିକଟସ୍ଥ ଏକ ବନ୍ୟା ଆଶ୍ରୟସ୍ଥଳକୁ ନେଇ ସୁରକ୍ଷିତ ରଖାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ପରେ ସ୍ବତନ୍ତ୍ର ବସ୍ ଯୋଗେ ୩୦୦ ଜଣ ଯାକ ରୋଗୀ ଓ ସମ୍ପର୍କୀୟ ଘରକୁ ଫେରିଛନ୍ତି।