Onn 3

ଆସନ୍ତା ୨୦ରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

State

 

president

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୨୦ ତାରିଖରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ଵିତୀୟ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ  ଆସିବେ ମହାମହିମ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ । ତେବେ ରାଷ୍ଟ୍ରପତି ଭବନରୁ ବିଦ୍ଧିବଦ୍ଧ ଭାବରେ ଏନେଇ କୌଣସି ସୂଚନା ମିଳିନାହିଁ ।

ମିଳିଥିବା ଖବର ଅନୁଯାୟୀ, ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ପ୍ରଥମେ ବାରିପଦାରେ ପହଞ୍ଚି ସାନ୍ତାଳୀ ରାଇଟର୍ସ ଏସୋସିଏସନର ଏକ ସ୍ୱତନ୍ତ୍ର ସମ୍ମିଳନୀ ଓ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ସିଧାସଳଖ ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିବେ ମହାମହିମ । ସେଠାରେ ସ୍ଥାନୀୟ ଲୋକଙ୍କୁ ଭେଟି ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ୨୧ ତାରିଖ ଦିନ ସକାଳେ ଶ୍ରୀମତୀ ମୁର୍ମୁ ବାଦାମପାହାଡ ଗସ୍ତରେ ଯିବେ । ସେଠାରେ ରେଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ ଠାରେ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମ୍ବଲପୁର ଅଭିମୁଖେ ପ୍ରସ୍ଥାନ କରିବାର ସୂଚନା ମିଳିଛି ।