Onn 3

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

State

ବାରିପଦା: ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳ ପ୍ରଧାନ ଶିକ୍ଷକ ବାସନ୍ତି ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉ୍‌ଦଘାଟନୀ ଉସବରେ ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀମତୀ ଦିପ୍ତି ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ବୌଜ୍ଞାନିକ ମନବତ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ଗଳ୍ପର ଅବତାରଣା କରିଥିଲେ । ଉଦ୍‌ଘାଟନୀ ସଭା, ତଥା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳାଜୁ ସଫଳ ରୂପାୟନ କରିବା ଦିଗରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଏଥିରେ ମୋଟ ୭୩ ଟି ପ୍ରକଳ୍ପ ବିଦ୍ୟାର୍ଥି ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲେ ।

ସେଥିମଧ୍ୟରୁ ସିନିଅର ଜୁନିୟର, ସବଜୁନିଅର ବିଭାଗରୁ ୫ଟି ଲେଖାଏଁ ମୋଟ ୧୫ ଟି ଶ୍ରେଷ୍ଠ ପ୍ରକଳ୍ପ ଚୟନ କରାଯାଇଥିଲା । ଏହି ପିଲାମାନେ ହେଲେ ଲଳିତ କୁମାର ନାୟକ, ଆଦ୍ୟାଶା ଶିଙ୍ଗରାୟ, ମନିଷ କୁମାର ବେହେରା, ଜୟଦେବ ଦେ, ସଙ୍କେତ ତ୍ରିପାଠୀ, ଦିବ୍ୟାଶୁ ବାରିକ୍‌, ସିଦ୍ଧାର୍ଥ ବେହେରା, ଗୀତା ହେମ୍ବ୍ରମ, ସୂୟଂ ପ୍ରଭା ଟୁଡୁ, କାବ୍ୟ ଶର୍ମା, ଆର୍ଚ୍ୟାସ୍ନାନ ଦାସ, ବିଶ୍ୱନାଥ ବେହେରା, ଆଶ୍ୟା ଖାନ, ଚିନ୍ମୟ ମହାନ୍ତ, ଶୁଭଶ୍ରୀ ଦାସ । “ଇନ୍‌ସ୍ୱାୟାର ମାନକ” ତରଫରୁ ଅଶୁତୋଷ ଗିରି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।