Onn 3

ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ର ପୁସ୍ତକ ଉନ୍ମୋଚନ ଓ କବିତା ଆବୃତ୍ତି ସମାବେଶ

State

ବାରିପଦା: ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ଓ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ମିଳିତ ସହଯୋଗ ରେ ଏକାଡେମୀ ର ସଭାପତି ଡକ୍ଟର ସରୋଜ ନାୟକଙ୍କ ଅଧ୍ୟକ୍ଷତା ରେ ଏକ ପୁସ୍ତକ ଉନ୍ମୋଚନ ଓ କବିତା ଆବୃତ୍ତି ସମାବେଶ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବରିଷ୍ଠ କବି ବୃନ୍ଦାବନ ଦାଶ ଙ୍କ ଲିଖିତ ପୁସ୍ତକ ‘ନୀଳାଦ୍ରିସୁନ୍ଦର (କାବ୍ୟ)-ଏକ ଦୃକପାତ’ ଓ ଅନ୍ୟାନ୍ୟ ପ୍ରବନ୍ଧ ପୁସ୍ତକଟିକୁ ମୁଖ୍ୟ ଅତିଥି ତଥା ବିଇଡି କଲେଜ ର ଅଧ୍ୟକ୍ଷ ଡକ୍ଟର ସଞ୍ଜୟ କୁମାର ଦେ, ମୁଖ୍ୟବକ୍ତା ଡକ୍ଟର ରାଜେନ୍ଦ୍ର ସାମଲ, ସମ୍ମାନିତ ଅତିଥି,ସହକାରୀ ପ୍ରଫେସର ଡକ୍ଟର ତ୍ରିନାଥ ମଲ୍ଲିକ, ସରୋଜ ଦାସ, ସନ୍ଦୀପ ସିଂ, ଅଧ୍ୟାପିକା ମନାଲି ପ୍ରଧାନ, ଧନେଶ୍ୱର ପଣ୍ଡା, ଆଶିଷ କୁମାର ବସା,ଯତୀନ୍ଦ୍ର ମୋହନ ଶତପଥୀ ପ୍ରମୁଖ ଉନ୍ମୋଚନ କରିଥିଲେ କ୍ଷ ଡକ୍ଟର ତ୍ରିନାଥ ମଲ୍ଲିକ ପୁସ୍ତକ ଟିର ସମୀକ୍ଷା କରିଥିବା ବେଳେ, ଲେଖକ ବୃନ୍ଦାବନ ଦାଶ,ନିଜର ଅନୁଭୂତି ପ୍ରକାଶ କରିଥିଲେ କ୍ଷ ‘ନୀଳାଦ୍ରିସୁନ୍ଦର’ ରିଷ୍ଠ କବି ଭୂମିପୁତ୍ର ଡକ୍ଟର ନୀଳକଣ୍ଠ ମିଶ୍ର ଙ୍କର ଏକ ମହାକାବ୍ୟ, ତେଣୁ ତାଙ୍କୁ ଜୀବନ୍ତ କିମ୍ବଦନ୍ତୀ ଭାବେ ଗ୍ରହଣ କରି ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ତରଫରୁ, ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ କବିତା ଆବୃତ୍ତି ରେ ସନ୍ତୋଷ କୁମାର ସାହୁ, ସରସ୍ବତୀ କର, ଶୁଭକାନ୍ତ ମହାନ୍ତି ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ କ୍ଷ ଶେଷରେ ଛାତ୍ର ସଂସଦ ସମ୍ପାଦକ ଓମପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |