Onn 3

ଜିଲ୍ଲାସ୍ତରୀୟ କଳା ଉତ୍ସବ ଓ ମିଲେଟ୍ସ ପ୍ରତିଯୋଗିତା – ୨୦୨୩ ଅନୁଷ୍ଠିତ

State

ବାରିପଦା- ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କଳା ଉତ୍ସବ ଓ ଓଡିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ ଓ ମୁଖ୍ୟବକ୍ତା ଭାବେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ପରେଶ ସାହୁ ଉପସ୍ଥିତ ଥିଲେ । ସେହିପରି ଉଦଯାପନୀ ତଥା ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସିନେଅଭିନେତା ତଥା ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ଯୋଗଦାନ କରିଥିଲେ । କଳା ଉତ୍ସବରେ ବିଭିନ୍ନ ବିଭାଗର ୧୭ଟି ଓ ଓଡିଶା ମିଲେଟ୍ସ ପ୍ରତିଯୋଗିତାରେ ୩ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ। ।

ଅନୁଷ୍ଠିତ କଳା ଉତ୍ସବର ଶାସ୍ତ୍ରୀୟ ନୃତ୍ୟରେ ଆଦ୍ୟା ଐଶ୍ଵର୍ଯ୍ୟ। ଚକ୍ରବର୍ତ୍ତୀ, ଓଡିଶା ଆଦର୍ଶ ବିଦ୍ୟାଳୟ, କପ୍ତିପଦା, ଲୋକନୃତ୍ୟରେ କାଜଲ ପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ରାଣୀଭୋଳ, ବାରିପଦା, ଲୋକନୃତ୍ୟ ବାଳକ ବିଭାଗରେ ପ୍ରସନ୍ନ କୁମାର ମହାନ୍ତ, ଓଡିଶା ଆଦର୍ଶ ବିଦ୍ୟାଳୟ, ମୋରଡା, ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ଗୁନଗୁନ ମହାନ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟ, ର।ସଗୋବିନ୍ଦପୁର, ପାରମ୍ପରିକ ଲୋକ ସଙ୍ଗୀତ ବାଳକ ବିଭାଗରେ ଗୋବିନ୍ଦ ହେମ୍ବ୍ରମ, ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟବ।ଦଡ।, କୁସୁମୀ, ପାରମ୍ପରିକ ଲୋକ ସଙ୍ଗୀତ ବାଳିକା ବିଭାଗରେ ସୋନାଲୀ ସୋନ।ଲିକା ବାରିକ, ଓଡିଶା ଆଦର୍ଶ ବିଦ୍ୟାଳୟ, ରରୁଆଁ, ବାଦ୍ୟ ସଙ୍ଗୀତ (ପର୍କ୍ୟୁସିଭ) ବାଳକ ବିଭାଗରେ ଭାଗ୍ୟ ରଞ୍ଜନ ମହାନ୍ତ,  ଓଡିଶା ଆଦର୍ଶ ବିଦ୍ୟାଳୟ, ମୋରଡା, ବାଦ୍ୟ ସଙ୍ଗୀତ (ପର୍କ୍ୟୁସିଭ) ବାଳିକା ବିଭାଗରେ ବାସନ୍ତୀ ମୁର୍ମୁ, ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ, ବ।ଦ।ମପ।ହ।ଡ, କୁସୁମୀ, ବାଦ୍ୟ ସଙ୍ଗୀତ (ମେଲୋଡି)ରେ ସମ।ୟ ସୋରେନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ର।ସଗୋବିନ୍ଦପୁର, ଏକକ ଅଭିନୟ ବାଳକ ବିଭାଗରେ ହରିଶଙ୍କର ବେହେରା, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ର।ସଗୋବିନ୍ଦପୁର, ଏକକ ଅଭିନୟ ବାଳିକ। ବିଭାଗରେ ତୁଳସୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ, କପ୍ତିପଦା, ଦୃଶ୍ୟ କଳା (2D) ବାଳକ ବିଭାଗରେ ଶୁଭ୍ରାଂଶୁ ଶେଖର ମହାନ୍ତ,  ଓଡିଶା ଆଦର୍ଶ ବିଦ୍ୟାଳୟ, ମୋରଡା, ଦୃଶ୍ୟ କଳା (2D) ବାଳିକ। ବିଭାଗରେ ସିନଗୋ ମାଝୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ଝର।ଡ଼ିହି, ବହଳଦା, ଦୃଶ୍ୟ କଳା (3D) ବାଳକ ବିଭାଗରେ  ମାନସ ରଞ୍ଜନ ସିଂ, ଓଡିଶା ଆଦର୍ଶ ବିଦ୍ୟାଳୟ, ସ।ନଶୋଳ, ଶାମାଖୁଣ୍ଟା, ଦୃଶ୍ୟ କଳା (3D) ବାଳିକ। ବିଭାଗରେ  ସ୍ନେହା ବିନ୍ଧାଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟବ।ଦଡ।, କୁସୁମୀ, ସ୍ଵଦେଶୀ ଖେଳଣା ଓ ଖେଳ ବାଳକ ବିଭାଗରେ  ସୁଦୀପ କୁମାର ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ଏବଂ ସ୍ଵଦେଶୀ ଖେଳଣା ଓ ଖେଳ ବାଳିକ। ବିଭାଗରେ  ଶୃତି ପ୍ରାମାଣିକ, ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ସମସ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ଆଗାମୀ ନଭେମ୍ବର ୯ ତାରିଖରେ ବାଲେଶ୍ଵରଠାରେ ହେବାକୁ ଥିବା ଜୋନାଲ ସ୍ତରୀୟ କଳା ଉତ୍ସବରେ ଯୋଗ ଦେବେ ।

ସେହିପରି ଓଡିଶା ମିଲେଟ୍ସ କୁଇଜ ପ୍ରତିଯୋଗିତାରେ ଶିବାଜୀ ରାମଦାସ ବିନ୍ଧାଣୀ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଳିଅଣ।, ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଣବ ଶଙ୍କର ସି, ଓଡିଶା ଆଦର୍ଶ ବିଦ୍ୟାଳୟ, ମୋରଡା ଏବଂ ବକ୍ତୃତା ପ୍ରତିଯୋଗିତାରେ ଓମ ପ୍ରକାଶ ଭୂୟାଁ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ର।ସଗୋବିନ୍ଦପୁର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ସମସ୍ତ କୃତି ପ୍ରତିଯୋଗୀ ମାନେ ଆଗାମୀ ୯ ଓ ୧୦ ତାରିଖରେ ଭୁବନେଶ୍ଵରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ମିଳେଟ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଉଭୟ ଉଦଘ।ଟନୀ ଓ ଉଦଯାପନୀ ସଭାରେ ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିଲା ବେଳେ ଶିକ୍ଷକ ସୋମନାଥ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସତ୍ୟ ନାରାୟଣ ନାୟକ, ପଦ୍ମିନୀ ପାଢୀ, ମୌସୁମୀ ସାହୁ, ସସ୍ମିତ। ପାତ୍ର ଓ ଗଣେଶ ବେହେରା ପରିଚାଳନାରେ ସହଯୋଗ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା କାର୍ଯ୍ୟ।ଳୟର ଆଦିବାସୀ ସଂଯୋଜକ ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି, ଶୈକ୍ଷିକ ସଂଯୋଜିକା ଶୈଳବାଳା ବେହେରା, ସମନ୍ନିତ ଶିକ୍ଷା ଓ ଗଣମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।