Onn 3

ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ମୟୁରଭଞ୍ଜ ଗସ୍ତ

State

ବିଭାଗୀୟ କାର୍ଯ୍ୟ ସମୀକ୍ଷା ସହ ଗୋଶାଳା ନିର୍ମାଣ ର କଲେ ଶିଳାନ୍ୟାସ

ବାରିପଦା : ଆଜି ଓଡିଶା ର ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦିନିକିଆ ମୟୁରଭଞ୍ଜ ଗସ୍ତ ରେ ଆସି ବାରିପଦା ସର୍କିଟ ହାଉସ ଠାରେ ବିଭାଗୀୟ ବିଭିନ୍ନ ଜନକଲ୍ୟାଣ କାରି ପ୍ରକଳ୍ପ ଓ ଯୋଜନା ଗୁଡିକ ର ସ୍ଥିତି ଓ ଅଗ୍ରଗତି ସମ୍ଭନ୍ଧ ରେ ସମୀକ୍ଷା କରିଥିଲେ ଏବଂ ଏଗୁଡିକର ତ୍ୱରାନ୍ୱିତ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ | ଉକ୍ତ ସମୀକ୍ଷା ବୈଠକ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଷିଷ୍ଠ ଯୋଗ ଦେଇଥିଲେ |

ଏହାପରେ ମାନ୍ୟବର ମନ୍ତ୍ରୀ ଅପରାହ୍ନ ୪ ଘଟିକା ସମୟରେ ବାରିପଦା ପୌରପାଳିକା ଅନ୍ତର୍ଗତ ୨୨ ନମ୍ବର ୱାର୍ଡ ରଘୁନାଥପୁର ଠାରେ ନଗର ଉନ୍ନୟନ ବିଭାଗ ତରଫରୁ ୨.୧୬ ଏକର ଜମିରେ ନିର୍ମାଣ ହେବାକୁ ଥିବା ଗୋଶାଳା ର ଶିଳାନ୍ୟାସ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ର ଶୁଭ ଉଦଘାଟନ କରିଥିଲେ |

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଉଲ୍ଲେଖ କରିଥିଲେ କି ଉକ୍ତ ଗୋଶାଳା ନିର୍ମାଣ ହେଲେ ନିରୀହ ପ୍ରାଣୀ ଙ୍କ ରକ୍ଷଣା ବେକ୍ଷଣ ହେବା ସହିତ ଗୋ ସମ୍ପଦ ର ବିକାଶ ହୋଇପାରିବ | ଏଥିରେ ପ୍ରାୟ ୨୦୦ ସଂଖ୍ୟକ ଗୋ ପ୍ରାଣୀ ରହଣି ପାଇଁ ବ୍ୟବସ୍ଥା ହେବ ଯାହା ପାଇଁ ନଗର ଉନ୍ନୟନ ବିଭାଗ ତରଫରୁ ଦେଢ଼ କୋଟି ଅର୍ଥ ଯୋଗାଇ ଦିଆଯାଇଛି |କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଆବଶ୍ୟକ ପଡୁଥିବା ବାକି ଅର୍ଥ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଯୋଗାଇ ଦିଆଯିବ | ମାତ୍ର ଉକ୍ତ ମହତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ବାରିପଦା ବାସୀଙ୍କ ଆକୁଣ୍ଠ ସହଯୋଗ ର ଆବଶ୍ୟକତା ଅଛି ବୋଲି କହିଥିଲେ | ଏହି ଅବସରରେ ନଗରପାଳ ପ୍ରକାଶ କରିଥିଲେ ଯେ ଖୁବ ଶୀଘ୍ର ଉକ୍ତ ସ୍ଥାନ ରେ ଯୁବବର୍ଗଙ୍କ ପାଇଁ ଖେଳ ପଡିଆ ର କାର୍ଯ୍ୟ ଆରମ୍ଭ ହେବ |

ଉକ୍ତ ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଓଡିଶା ର ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ, ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି, ମାନ୍ୟବର ବିଧାୟକ ମୋରଡା ଶ୍ରୀଯୁକ୍ତ ରାଜକିଶୋର ଦାସ,ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଓଡିଶା ବିଧାନସଭା ର ପୂର୍ବତନ ଉପ ବାଚସ୍ପତି ଶ୍ରୀ ସାନନ୍ଦ ମାର୍ଣ୍ଡି, ପୌରପାଳିକା ର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ପୌର ପାଳିକା ର ଉପାଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ଓ ପୌରପାଳିକା ର ସମସ୍ତ କାଉନସିଲର ଏବଂ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀ ସୁବ୍ରମନିୟମ ମହାନ୍ତି ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା, ସ୍ଥାନୀୟ ବାସିନ୍ଦା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ | ସନ୍ଧ୍ୟା ରେ ମାନ୍ୟବର ମନ୍ତ୍ରୀ ପ୍ରସିଦ୍ଧ ମୟୁରଭଞ୍ଜ ମହୋତ୍ସବ ରେ ଯୋଗ ଦେଇଥିଲେ |