Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ରେ କର୍ମଶାଳା ଅନୁଷ୍ଠିତ

State

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ର କମ୍ପ୍ୟୁଟର ବିଜ୍ଞାନ ବିଭାଗ ଦ୍ବାରା ଟେକ୍ନିକଲ ଡକ୍ୟୁମେଣ୍ଟ ରାଇଟିଙ୍ଗ ୟୂଜିଂ ଲାଟେକ୍ସ ଓ ଗବେଷଣା ରେ ଗୁଡ୍ ଏଥିକଲ୍ ପ୍ରାକଟିସ ଶୀର୍ଷକ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରି ଆଲୋଚନାଚକ୍ରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ଏହା ସହ ଉପରୋକ୍ତ ବିଷୟଟି ଉପସ୍ଥିତ ଯୁବ ଗବେଷକ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଗବେଷଣା ତଥା ନିବନ୍ଧ ପ୍ରକାଶନୀ ଲେଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଥିଲେ। ତେଜପୁର ବିଶ୍ଵବିଦ୍ୟାଳୟ, ଆସାମ ର ମେକାନିକାଲ ଇଂଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦିଲୀପ ଦତ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲାଟେକ୍ସ ର ଉପାଦେୟତା ବିଷୟରେ ଅବଗତ କରାଇଥିଲେ।

ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ପ୍ରଫେସର୍ ହେମନ୍ତ କୁମାର ସାହୁଙ୍କ ପୌରହିତ୍ୟରେ ଉପରୋକ୍ତ ସଭା ଅନୁଷ୍ଠିତ ହୋଇଥିଲା। ବିଶେଷ ଅତିଥି ଭାବେ ଆଇକ୍ୟୁଏସି ନିର୍ଦ୍ଦେଶିକା ପ୍ରଫେସର ଏମ. ହିମାବିନ୍ଦୁ ଯୋଗ ଦେଇ ଲାଟେକ୍ସ ର ଉପକାରିତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗୀୟ ସହକାରୀ ପ୍ରଫେସର ଡ. ପାର୍ଥସାରଥୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ସହକାରୀ ପ୍ରଫେସର ଡ ଶର୍ମିଳା ସୁବୁଦ୍ଧି ଏବଂ ଡ ଶାନ୍ତିସ୍ଵରୂପ ବାସା ତଥା କମ୍ପ୍ୟୁଟର ବିଭାଗର ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାର ର ବିଭିନ୍ନ ବିଶ୍ବବିଦ୍ୟାଳୟର ୭୦ ରୁ ଉର୍ଦ୍ଧ୍ୱ ଗବେଷକ ଓ ଗବେଷିକା ମାନେ ଯୋଗଦାନ କରିଥିଲେ ।

ଦୀର୍ଘ ତିନି ଦିନ ଧରି ଚାଲୁ ରହିଥିବା ଏହି କର୍ମଶାଳାରେ ପ୍ରତିଯୋଗୀ ମାନେ ପ୍ରତ୍ୟକ୍ଷ ଭାବରେ ପ୍ରଫେସର୍ ଦତ୍ତ ଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ଶେଷରେ ଗତକାଲି ଶନିବାର ଉଦଯାପନୀ ଉତ୍ସବ ର ଆୟୋଜନ କରା ଯାଇଥିଲା। ଏହି ଉଦଯ।ପନୀ ସମ।ରୋହ ଅବସର ରେ ବିଶ୍ଵବିଦ୍ୟାଳୟ ର ଆଇ.ଡି.ପି ର ଟି.ଏନ୍.ଓ ଡ. ସୁକାନ୍ତ କୁମାର ନାୟକ କାର୍ଯ୍ୟକ୍ରମ ର ଉପକାରିତା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜକ ବିଭାଗୀୟ ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ମଞ୍ଚ ପରିଚାଳନା କରିଥିବା ସହ ଉପସ୍ଥିତ ଗବେଷକ ଓ ଗବେଷିକା, ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ରୁ ଧନ୍ୟବାଦ ଅର୍ପଣ କରିଥିଲେ।