Onn 3

ଆମ୍ବୁଲାନ୍ସ ଓ ବସ ମୁହାଁମୁହିଁ ଧକ୍କା, ୧୬ ଜଣ ଯାତ୍ରୀ ଆହତ

Crime State

ଆଗରପଡ଼ା: ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜନୈକା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ୧୦୨ ଆମ୍ବୁଲାନ୍ସ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ନେଇ ଆସୁଥିଲା । ଏହି ସମୟରେ ଭଦ୍ରକରୁ କ୍ରିଷ୍ଣା ନାମକ ଯାତ୍ରୀବାହୀ ମିନି ବସ ଆଗରପଡ଼ାକୁ ଆସୁଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ବରପଦା ନିକଟସ୍ଥ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ଅରଞ୍ଜି ଠାରେ ଉଭୟ ମୁହୀଁମୁହିଁ ଧକ୍କା ହୋଇଥିଲେ । ମୁହୀଁମୁହିଁ ଧକ୍କା ହେବା ଫଳରେ ଭାରସ୍ୟାମ ହରାଇ ବସଟି ନୟନଜୁରୀକୁ ଓଲଟି ପଡ଼ିଥିଲା ।

ଯଦ୍ୱାରା ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଯାତ୍ରୀ ଆହତ ହୋଇ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆମ୍ବୁଲାନ୍ସ ଚାଳକ ଆଗରପଡ଼ା କାଣ୍ଡବା ଗ୍ରାମର ବିଦ୍ୟାଧର ଜେନା ଗୁରୁତର ଭାବେ ଆହତ ହୋଇ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।