Onn 3

ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ

State

ବାରିପଦା : ସମଗ୍ର ଶିକ୍ଷା, ମୟୂରଭଞ୍ଜ ପକ୍ଷରୁ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଭିନ୍ନକ୍ଷମ ଛ।ତ୍ର ଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଲ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଅଭିଭାବକ ମାନଙ୍କ ନିଷ୍ଟାପର କର୍ତ୍ତବ୍ୟ ଉପରେ ପିଲାମାନଙ୍କର ଭବିଷ୍ୟତ ନିର୍ଭର କରିଥାଏ ଏଣୁ ଅଭିଭାବକ ମାନେ ପିଲାମାନଙ୍କ ପ୍ରତି ନିରନ୍ତର ପ୍ରଚେଷ୍ଟା ଜାରି ରଖିଲେ ପିଲା ମାନଙ୍କର ଭବିଷ୍ୟତ ନିଶ୍ଚୟ ଉଜ୍ଜଳମୟ ହେବ । ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ସହାୟତା ଏହି ପିଲାମାନପାଇଁ ଯୋଗାଇ ଦିଆଯିବ ବୋଲି  ସେ ତାଙ୍କ ଅଭିଭାଷଣରେ କହିଥିଲେ ।  ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ  ପୂର୍ଣ୍ଣଚନ୍ଦ୍ର ସେଠୀ ମହୋଦୟ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତି କରି ଉପସ୍ଥିତ ଅଭିଭାବକ ଓ ପିଲାଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଏ ପିଲାମାନେ ସାଧାରଣ ପିଲାଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ବୋଲି ନିଜ ଅଭିଭାଷଣରେ କହିଥିଲେ ।  ସାଧନା (NGO) ର ନିର୍ଦେଶକ ଶ୍ରୀ ରଞ୍ଜିତ ମହାପାତ୍ର ଉକ୍ତ କାର୍ଯ୍ୟ କ୍ରମର ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।  ୨୦୨୧-୨୨ ଶିକ୍ଷା ବର୍ଷରେ ALIMCO ଭୁବନେଶ୍ବର ଦ୍ଵାରା ୧୨ ଟି ସ୍ଥାନରେ ଚିହ୍ନଟି ଶିବିର ଆୟୋଜନ କରଯାଇଥିଲା ।

ଉକ୍ତ ଶିବିର ଗୁଡିକରେ  ୧୮୪୫ ଜଣ ହିତାଧିକାରୀ ବିଭିନ୍ନ ଉପକରଣ ପାଇବା ପାଇଁ ମଣିନିତ ହୋଇଥିଲେ । ସେଥି ମଧ୍ୟରୁ ପୂର୍ବରୁ ୧୫୪୩ ଜଣ ହିତାଧିକାରୀଙ୍କୁ  ୧୨ ଗୋଟି ସ୍ଥାନରେ ଉପକରଣ ମାନ ବଣ୍ଟନ କରାଯାଇଥିଲା । ଅବଶିଷ୍ଟ  ୩୦୨ ଜଣ ହିତାଧିକାରୀଙ୍କୁ ଅତିଥିମାନଙ୍କ ଦ୍ଵାରା ୨ ଟି ତିନି ଚକିଆ ଗାଡି, ମସ୍ତିସ୍କ ପକ୍ଷାଘାତ ପିଲାମାନକ ନିମନ୍ତେ ୨୦ଟି ସ୍ଵତନ୍ତ୍ର ଚେୟାର, ୨୪୭ ଜଣଙ୍କ ଶ୍ରବଣ ବାଧିତ ପିଲାଙ୍କୁ ଶ୍ରବଣ  ଜନ୍ତ୍ର , ୫ ଗୋଟି ରୋଲେଟର ଓ ୨୫ ଟି ଆଶାବାଡି ବଣ୍ଟନ କରାଯାଇଥିଲା। ।  ମୋରଡା ବ୍ଲକର ନ।ହ।ସୋଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ଶ୍ରୀ ହରେନ୍ଦ୍ର ମହନ୍ତ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅଭିଭାଷଣକୁ ସାଧାନର କର୍ମୀ ମୋନାଲିସା ପାଣିଗ୍ରାହୀ ସାଙ୍କେତିକ ଭାଷାରେ ଶ୍ରବଣ ବାଧିତ ପିଲା ମାନଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ଭିନ୍ନକ୍ଷମ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ଓ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ସପନ କୁମାର ପୃଷ୍ଟିଙ୍କ ପ୍ରତ୍ଯେକ୍ଷ ତତ୍ଵାଭଧ।ନରେ ପରିଚାଳିତ ହୋଇଥିଲା । ୨୬ ଟି ବ୍ଲକର ଅନ୍ତର୍ନିବେଶି ସାଧନ କର୍ମୀ ଓ ଅନ୍ତର୍ନିବେଶି ଶିକ୍ଷା ସ୍ଵେଚ୍ଛାସେବୀ ମାନେ ଉପକରଣ ବଣ୍ଟନ ରେ ସହାୟତା କରିଥିଲେ ।