Onn 3

ଗଛ ଆମର ବନ୍ଧୁ କାର୍ଯ୍ୟକ୍ରମ, ସ୍କୁଲ ର କୁନି କୁନି ପିଲାଙ୍କ ସହ ମିଶି ଗଛ ଲଗାଇଲେ, ପରିବେଶ ଶିକ୍ଷା ଦେଲେ

State

ବାରିପଦା: ଛାଞ୍ଚ ଉନ୍ନୟନ ପରିଷଦ ପକ୍ଷରୁ କଲ୍ୟାଣ ନଗର ସ୍ଥିତ ଛାଞ୍ଚ ଉପ୍ରା ବିଦ୍ୟାଳୟ ରେ ଗଛ ଆମର ବନ୍ଧୁ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଶାରଦୀୟ ଦୁର୍ଗାପୂଜା ଛୁଟି ଅଵ୍ୟବହିତ ପୂର୍ବରୁ ବିଦ୍ୟାଳୟ ର କୁନି କୁନି ପିଲାଙ୍କୁ ଆମ ପରିବେଶକୁ ସଜାଡି ରଖିବା ପାଇଁ ପରିବେଶ ପରିଚିନ୍ତା କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରା ଯାଇଛି l ଏହା ସହ ସମଗ୍ର ବିଶ୍ୱ କୁ ବଞ୍ଚାଇ ରଖିବାକୁ ହେଲେ ଏବଂ ଆମକୁ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବାକୁ ହେଲେ ଆମ ଚତୁର୍ପାଶ୍ୱକୁ ସବୁଜିମା ରେ ଭରିବାକୁ ପଡିବ l ତେଣୁ ଗଛକୁ ଆମର ବନ୍ଧୁ ପରି ଆଦର ଯତ୍ନ କରିବାକୁ ପଡିବ l ଏହି ବାର୍ତ୍ତା ଦେଇ ଛାଞ୍ଚ ଉନ୍ନୟନ ପରିଷଦର କର୍ମକର୍ତ୍ତା ମାନେ ପିଲା ଙ୍କ ସହ ମିଶି ବିଦ୍ୟାଳୟ ପରିସରରେ ପଣସ, ଚିନିଚମ୍ପା, ବେଲ, ବଉଳ ଆଦି ବୃକ୍ଷ ଲଗାଇ ଥିଲେ l

ତେବେ ଏହି ବୃକ୍ଷ ଗୁଡିକର ଯତ୍ନ ନେବା ପାଇଁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ଶ୍ରେଣୀ ଅନୁଯାୟୀ ଦାୟିତ୍ୱ ବଣ୍ଟନ ହୋଇଛି l ଯେଉଁ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗଛ ଗୁଡିକ ହୃଷ୍ଟ ପୃଷ୍ଟ ହୋଇ ବଢିବ ସେହି ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ମଧ୍ୟ ଘୋଷଣା କରା ଯାଇଛି l ଏହି କାର୍ଯ୍ୟକ୍ରମ ରେ ଛାଞ୍ଚ ଉନ୍ନୟନ ପରିଷଦର ସଭାପତି ଲକ୍ଷ୍ମୀଧର ଜେନା, ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ, ଯୁଗ୍ମ ସମ୍ପାଦକ ନୀଳରତ୍ନ କଲିଆ ପ୍ରମୁଖ ଉପସ୍ଥିତ ଥିଲା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମିକା ଲେଙ୍କା ଏବଂ ସହକାରୀ ଶିକ୍ଷୟିତ୍ରୀ ରୁଇବାରୀ ସିଂ ଉପସ୍ଥିତ ଥିଲେ l