Onn 3

ଟ୍ରେନ ଟ୍ରାଜେଡ଼ି: ମୃତାହତଙ୍କ ପାଇଁ ଦୀପଦାନ

State

ଆଗରପଡ଼ା:ଗତ ଶୁକ୍ରବାର ବାହାନଗା ଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଅନେକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ମୃତବ୍ୟକ୍ତିମାନଙ୍କ ଆତ୍ମାର ସଦଗତି ଓ ଚିକିତ୍ସାଧିନ ବ୍ୟକ୍ତିମାନଙ୍କ ଆରୋଗ୍ୟ କାମନା କରି ସ୍ଥାନୀୟ କଳିଙ୍ଗ କମ୍ପ୍ୟୁଟର୍ସ ପକ୍ଷରୁ ବିଟିପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୀପଦାନ କରାଯାଇଥିଲା ।

ଶତାଧିକ ଛାତ୍ରଛାତ୍ରୀମାନଙ୍କ ସମେତ କମ୍ପ୍ୟୁଟର୍ସ ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତ, ପରିଚାଳନା ନିର୍ଦ୍ଦେଶିକା ତଥା ସାମ୍ବାଦିକା ମୋନାଲିସା ମହାନ୍ତି , ସମାଜସେବୀ ବିଜ୍ଞାନ ଭୂଷଣ ମହାନ୍ତି, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ ମୋହନ ସିଂହ, ସାମ୍ବାଦିକ ଅକ୍ଷୟ ସିଂହ ପ୍ରମୁଖ ଦୀପଦାନ ପୂର୍ବକ ନୀରବ ପ୍ରାର୍ଥନା କରିଥିଲେ । ପ୍ରାରମ୍ଭରେ ନୀରବ ଶୋଭାଯାତ୍ରରେ ଯାଇ ଛାତ୍ରଛାତ୍ରୀମାନେ ବଜାର ପରିକ୍ରମା କରିଥିଲେ ।