ବର୍ଷା ମଧ୍ୟ ରାଜନୀତିକ ଅଭିଳାଷ ରଖି ନିର୍ବାଚନ ପର୍ଯ୍ୟନ୍ତ ସମାଜରେ ନିଜକୁ ପୀଡ଼ିତା ଭାବେ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ଅନୁଭବ ପିଟିସନରେ ଦର୍ଶାଇଛନ୍ତି। ଘରୋଇ ହିଂସା ମାମଲାରେ କଟକ ଏସଡ଼ିଜେଏମ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଜି କୋର୍ଟରେ ଉପସ୍ଥିତ ନଥିଲେ ସାଂସଦ ଅନୁଭବ ମହାନ୍ତି। ଆସନ୍ତା ୧୧ ତାରିଖରେ ଏସଡ଼ିଜେଏମ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।