ପୁରୀ : ଅଠର ନଳା ଉପରୁ ଡେଇଁ ଚାଲିଗଲା ଯୁବକଙ୍କ ଜୀବନ। ମଙ୍ଗଳବାର ଯୁବକ ଜଣକ ଅଠର ନଳା ଉପରୁ ଡେଇଁ ପଡିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ମେଡିକାଲରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
